Odisha Dibasa: ପ୍ରଥମଥର ଲାଗି ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ
ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।