ଦିଲ୍ଲୀ ଚାନ୍ଦନୀ ଚୌକ ଅଞ୍ଚଳରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୧୪ ଗାଡ଼ି
ନୂଆଦିଲ୍ଲୀ ୧୩।୬: ଦିଲ୍ଲୀ ଚାନ୍ଦନୀ ଚୌକ ମାରୱାଡୀ କଟରା ନଈ ସଡ଼କରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ସୂଚନା ପାଇ ଦମକଳ ବିଭାଗର ୧୪ଟି ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲାଗିଥିବା ଅଞ୍ଚଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖର ବିଲ୍ଡିଂ ଗୁଡିକୁ ଖାଲି କରି ଦିଆଯାଇଛି। ନିଆଁ ଲାଗିଥିବା ଅଞ୍ଚଳ ଏକ ବଜାର ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟତଃ ଜନଗହଳି ଥାଏ। Delhi | An incident of Fire reported from Marwadi Katra at Chandni Chowk. 14 fire tenders rushed to the site. Details awaited.— ANI (@ANI) June 13, 2024ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀମାନେ ନିଆଁ ଲାଗିବାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି। ତେବେ ନିଆଁ ଲାଗିବା ମାତ୍ରେ ଲୋକେ ନିଜନିଜ ଘରୁ ପଦାକୁ ଚାଲିଆସିବା ଯୋଗୁ କେହି ମୃତାହତ ହେବାର ସୂଚନା ନାହିଁ। ନିଆଁ ଲାଗି ଧୂଆଁ ଉଠୁଥିବାରୁ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି। ତେବେ ନିଆଁ ଲାଗିଥିବା ଅଞ୍ଚଳର ରାସ୍ତାଗୁଡିକ ସଂକିର୍ଣ୍ଣ ହୋଇଥିବାରୁ ଦମକଳ ବିଭାଗ କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବା କଠିନ ହେଉଛି।
ନୂଆଦିଲ୍ଲୀ ୧୩।୬: ଦିଲ୍ଲୀ ଚାନ୍ଦନୀ ଚୌକ ମାରୱାଡୀ କଟରା ନଈ ସଡ଼କରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ସୂଚନା ପାଇ ଦମକଳ ବିଭାଗର ୧୪ଟି ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲାଗିଥିବା ଅଞ୍ଚଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖର ବିଲ୍ଡିଂ ଗୁଡିକୁ ଖାଲି କରି ଦିଆଯାଇଛି। ନିଆଁ ଲାଗିଥିବା ଅଞ୍ଚଳ ଏକ ବଜାର ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟତଃ ଜନଗହଳି ଥାଏ।
Delhi | An incident of Fire reported from Marwadi Katra at Chandni Chowk. 14 fire tenders rushed to the site. Details awaited.— ANI (@ANI) June 13, 2024
ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀମାନେ ନିଆଁ ଲାଗିବାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି। ତେବେ ନିଆଁ ଲାଗିବା ମାତ୍ରେ ଲୋକେ ନିଜନିଜ ଘରୁ ପଦାକୁ ଚାଲିଆସିବା ଯୋଗୁ କେହି ମୃତାହତ ହେବାର ସୂଚନା ନାହିଁ। ନିଆଁ ଲାଗି ଧୂଆଁ ଉଠୁଥିବାରୁ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି। ତେବେ ନିଆଁ ଲାଗିଥିବା ଅଞ୍ଚଳର ରାସ୍ତାଗୁଡିକ ସଂକିର୍ଣ୍ଣ ହୋଇଥିବାରୁ ଦମକଳ ବିଭାଗ କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବା କଠିନ ହେଉଛି।