ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଇତିହାସ ରଚିଲେ ବିରାଟ କୋହଲି
ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଇପିଏଲ୍ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ୬ଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ କ୍ରିସ ଗେଲ୍(୧୪,୫୬୨), ଶୋଏବ ମଲିକ(୧୩,୩୬୦), କିରୋନ ପୋଲାର୍ଡ(୧୨,୯୦୦), ଏଲେକ୍ସ ହେଲ୍ସ(୧୨,୩୧୯), ଡେଭିଡ୍ ଓ୍ବାର୍ନର(୧୨,୦୬୫) ଏହି ଉପଲବ୍ଧି ହାସଲ କରିସାରିଛନ୍ତି। ବିରାଟ ନିଜ କ୍ୟାରିୟରର ୩୭୭ତମ ମ୍ୟାଚ୍ର ୩୬୦ତମ ଇନିଂସରେ […] The post ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଇତିହାସ ରଚିଲେ ବିରାଟ କୋହଲି appeared first on Dharitri Odia News.
ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଇପିଏଲ୍ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ୬ଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ କ୍ରିସ ଗେଲ୍(୧୪,୫୬୨), ଶୋଏବ ମଲିକ(୧୩,୩୬୦), କିରୋନ ପୋଲାର୍ଡ(୧୨,୯୦୦), ଏଲେକ୍ସ ହେଲ୍ସ(୧୨,୩୧୯), ଡେଭିଡ୍ ଓ୍ବାର୍ନର(୧୨,୦୬୫) ଏହି ଉପଲବ୍ଧି ହାସଲ କରିସାରିଛନ୍ତି।
ବିରାଟ ନିଜ କ୍ୟାରିୟରର ୩୭୭ତମ ମ୍ୟାଚ୍ର ୩୬୦ତମ ଇନିଂସରେ ୧୨ହଜାର ରନ୍ ପୂରଣ କରିଛନ୍ତି। ଏହି ସମୟରେ ସେ ୧୩୩.୪୨ ଷ୍ଟ୍ରାଇକ୍ ରେଟ୍ରେ ୧୨,୦୦୦ ରନ୍ ପୂରଣ କରିଛନ୍ତି। ଏଥିରେ ୮ ଶତକ ଏବଂ ୯୧ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୨୨ ରନ୍ର ରହିଛି।
The post ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଇତିହାସ ରଚିଲେ ବିରାଟ କୋହଲି appeared first on Dharitri Odia News.