ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ

ଗୋବିନ୍ଦପାଲି,୩୧ା୭(କାର୍ତ୍ତିକ ରଥ): ପୂର୍ବରୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼େନାହିଁ। ଜଙ୍ଗଲ ଓ ପାହାଡ ଅଞ୍ଚଳ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା। ଲଗାଣ ବର୍ଷାରେ ରାସ୍ତା ଘାଟ ଖାଲଖମାରେ ପୂରି ରହିଥିବା ବେଳେ ବୁଧବାର ଖଇରପୁଟ ବିଡିଓ ଉମା ଶଙ୍କର କୋୟା ଅପହଞ୍ଚ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାଲକାନଗିରି ଜିଲା ଖାଇରପୁଟ ବ୍ଲକ କଦମ୍ବଗୁଡା ପଞ୍ଚାୟତ ଚେପଲପଡ଼ା ଗ୍ରାମକୁ ୧୨ କି.ମି. ଟ୍ରାକ୍ଟର ଯୋଗେ ଯାଇ ବିଡିଓ କୋୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି […] The post ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ appeared first on Dharitri Odia News.

ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ

ଗୋବିନ୍ଦପାଲି,୩୧ା୭(କାର୍ତ୍ତିକ ରଥ): ପୂର୍ବରୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼େନାହିଁ। ଜଙ୍ଗଲ ଓ ପାହାଡ ଅଞ୍ଚଳ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା। ଲଗାଣ ବର୍ଷାରେ ରାସ୍ତା ଘାଟ ଖାଲଖମାରେ ପୂରି ରହିଥିବା ବେଳେ ବୁଧବାର ଖଇରପୁଟ ବିଡିଓ ଉମା ଶଙ୍କର କୋୟା ଅପହଞ୍ଚ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାଲକାନଗିରି ଜିଲା ଖାଇରପୁଟ ବ୍ଲକ କଦମ୍ବଗୁଡା ପଞ୍ଚାୟତ ଚେପଲପଡ଼ା ଗ୍ରାମକୁ ୧୨ କି.ମି. ଟ୍ରାକ୍ଟର ଯୋଗେ ଯାଇ ବିଡିଓ କୋୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସେ ନିମ୍ନମାନର ରାସ୍ତା କାମ, ୩ ବର୍ଷ ହେବ ନିର୍ମଣାଧୀନ ଥିବା ସ୍କୁଲ ଗୃହ କାର୍ଯ୍ୟ, ବର୍ଷାରେ ପାଣି ପଶି ନଷ୍ଟ ହୋଇଯାଇଥିବା ଚାଷ ଜମି ଓ ଘର ଦ୍ବାର ବୁଲି ଦେଖିଥିଲେ। ଲୋକଙ୍କ ସହ ଆଲୋଚନା ବେଳେ ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବା ଶୁଣି ଏକ ଟ୍ରାକ୍ଟର ଯୋଗେ ଚେପଲପଡାକୁ ଯାଇଥିଲେ। ସାଥିରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ଜିିଗିଡି,ପାନୀୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଭୀଷ୍ମ ମଲିକ ଓ ବ୍ଲକ ସହକାରୀ ଯନ୍ତ୍ରୀ ଥିଲେ। ବର୍ଷାରେ ଧୋଇ ନଷ୍ଟ ହୋଇଥିବା କଲଭର୍ଟ, ରାସ୍ତା କିପରି ତୁରନ୍ତ ନିର୍ମାଣ ହେବ ଏବଂ ନିର୍ମାଣାଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ସେନେଇ ଉପସ୍ଥିତ ଯନ୍ତ୍ରୀମାନଙ୍କ ସହ ବିଡିଓ କୋୟା ଆଲୋଚନା କରିଥିଲେ। ସ୍କୁଲକୁ ଯାଇ ୧୨ ଜଣ ପିଲା ଉପସ୍ଥିତ ଥିବା ଦେଖିଥିଲେ। ନିକଟସ୍ଥ ଏକ ପଡ଼ା ଗ୍ରାମର କୌଣସି ପିଲା ଆସି ନ ଥିବା ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଥିଲେ। ବର୍ଷା ଯୋଗୁ ପିଲାମାନେ ନାଳପାରି ହୋଇ ଯାଇପାରୁ ନ ଥିବା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ। ଶିକ୍ଷକମାନଙ୍କୁ ସ୍କୁଲ ସମସ୍ୟା ବିଷୟରେ ବିଡିଓ ପଚାରି ବୁଝିଥିଲେ। ସ୍କୁଲ ଭିତରେ ଠିକାଦାର ଦୀର୍ଘ ଦିନ ହେବ ରଖିଥିବା ନଷ୍ଟ ହୋଇଥିବା ସିମେଣ୍ଟ ବସ୍ତାଗୁଡ଼ିକ ବାହାର କରି ପିଲାଙ୍କ ଶିକ୍ଷଣ କାର୍ଯ୍ୟ କରିବାକୁ ବିଡିଓ ପରାମର୍ଶ ଦେଇଥିଲେ। ଢେମସାପଦର୍‌,ଚେପଲପଡ଼ା ଓ ବର୍‌ଗୁଡା ଗ୍ରାମରେ ବିଡିଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟି କାମର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ। ସୋଲାର ଚାଳିତ ପାଣି ଟ୍ୟାଙ୍କରୁ ପ୍ରତିକୂଳ ପାଗ ଯୋଗୁ ୧୫ ଦିନ ହେଲା ପାଣି ମିଳିପାରୁଥିବା ଗ୍ରାମବାସୀ ବିଡିଓଙ୍କୁ କହିଥିଲେ।

The post ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ appeared first on Dharitri Odia News.