ଏହି ୪୮ ଘଣ୍ଟା ଆମ ଜୀବନର ସବୁଠାରୁ…ଭାବପ୍ରବଣ ହେଲେ ଅଶ୍ୱିନଙ୍କ ସ୍ତ୍ରୀ
ରାଜକୋଟ,୧୯।୨:ଭାରତୀୟ ଦଳ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ଭେଟେରାନ ସ୍ପିନ ବୋଲର ଆର ଅଶ୍ୱିନଙ୍କ ପାଇଁ ରାଜକୋଟ ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହି ମ୍ୟାଚରେ ସେ ନିଜ ଟେଷ୍ଟ କ୍ୟାରିୟରରେ ୫୦୦ ଟେଷ୍ଟ ଉଇକେଟ ନେଇଥିଲେ। ଏହି ମ୍ୟାଚ ମଝିରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି କାରଣରୁ ଅଶ୍ୱିନଙ୍କୁ ଦଳ ଛାଡି ଘରକୁ ଯିବାକୁ ପଡିଲା। କିନ୍ତୁ ଅଶ୍ୱିନ ଗୋଟିଏ ଦିନ ମଧ୍ୟରେ ଫେରି ଦଳରେ ଯୋଗ ଦେଇଥିଲେ। ବର୍ତ୍ତମାନ […] The post ଏହି ୪୮ ଘଣ୍ଟା ଆମ ଜୀବନର ସବୁଠାରୁ…ଭାବପ୍ରବଣ ହେଲେ ଅଶ୍ୱିନଙ୍କ ସ୍ତ୍ରୀ appeared first on Dharitri Odia News.
ରାଜକୋଟ,୧୯।୨:ଭାରତୀୟ ଦଳ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ଭେଟେରାନ ସ୍ପିନ ବୋଲର ଆର ଅଶ୍ୱିନଙ୍କ ପାଇଁ ରାଜକୋଟ ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହି ମ୍ୟାଚରେ ସେ ନିଜ ଟେଷ୍ଟ କ୍ୟାରିୟରରେ ୫୦୦ ଟେଷ୍ଟ ଉଇକେଟ ନେଇଥିଲେ। ଏହି ମ୍ୟାଚ ମଝିରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି କାରଣରୁ ଅଶ୍ୱିନଙ୍କୁ ଦଳ ଛାଡି ଘରକୁ ଯିବାକୁ ପଡିଲା। କିନ୍ତୁ ଅଶ୍ୱିନ ଗୋଟିଏ ଦିନ ମଧ୍ୟରେ ଫେରି ଦଳରେ ଯୋଗ ଦେଇଥିଲେ। ବର୍ତ୍ତମାନ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ତ୍ରୀ ପ୍ରୀତି ୫୦୦ ଟେଷ୍ଟ ଉଇକେଟକୁ ନେଇ ଭାବପ୍ରବଣ ହୋଇଛନ୍ତି।
ପ୍ରୀତି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଆମେ ଆଶା କରିଥିଲୁ ଯେ ହାଇଦ୍ରାବାଦର ପ୍ରଥମ ଟେଷ୍ଟରେ ସେ ୫୦୦ ଟେଷ୍ଟ ଉଇକେଟ ପୂରଣ କରିବେ, ତଥାପି ତାହା ହୋଇ ନ ଥିଲା। ଏହା ପରେ ଭାଇଜାଗ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେ ତାହା କରିବାରେ ବିଫଳ ହୋଇଥିଲେ। ସେ ୪୯୯ ଉଇକେଟ ନେବା ପରେ ମୁଁ ବହୁତ ମିଠା କିଣି ଘରେ ସମସ୍ତଙ୍କୁ ବାଣ୍ଟିଥିଲି। କିନ୍ତୁ ଯେତେବେଳେ ୫୦୦ ତମ ଉଇକେଟ ଆସିଲା, ଏହି ସମୟ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଗଲା। ୫୦୦ ରୁ ୫୦୧ ଉଇକେଟ ମଧ୍ୟରେ ବହୁତ ଘଟଣା ଘଟିଛି। ଏଗୁଡ଼ିକ ଆମ ଜୀବନର ସବୁଠୁ ଲମ୍ବା ୪୮ ଘଣ୍ଟା ଥିଲା। ଆଶ୍ଚର୍ଯ୍ୟଜନକ ସଫଳତା, ଚମତ୍କାର ବ୍ୟକ୍ତି, ଅଶ୍ୱିନ, ମୁଁ ତୁମ ପାଇଁ ଗର୍ବିତ ଏବଂ ଆମେ ତୁମକୁ ଭଲପାଉ।
ରାଜକୋଟ ଟେଷ୍ଟର ତୃତୀୟ ଦିନରେ ଆର ଅଶ୍ୱିନଙ୍କ ମା’ ଅସୁସ୍ଥ ଥିବାରଖବର ଆସିଥିଲା। ତେଣୁ ସେ ତୁରନ୍ତ ଚେନ୍ନାଇ ଯାଇଥିଲେ। ତେବେ ସେ ୨୪ ଘଣ୍ଟା ମଧ୍ୟରେ ଦଳକୁ ଫେରିଥିଲେ ଏବଂ ରାଜକୋଟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କୁ ପଡିଆରେ ଦେଖିବାକୁ ମିଳିଥିଲା।