ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ
କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକର ଆରାଧ୍ୟ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ଷୋଡ଼ଶ ଉପଚାର ପୂଜା ବିଧି ଅନୁଯାୟୀ ଆରମ୍ଭ ହୋଇଛି। ମା’ଙ୍କ ସକାଳ ଧୂପ ପରେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରୁଛନ୍ତି। ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ଭାଇଚାରାର ସହର କଟକ। ଏପରିକି ଆଲୋକମାଳାରେ ଝଲସିଉଠୁଛି ମା’ଙ୍କ ମନ୍ଦିର […] The post ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ appeared first on Dharitri Odia News.
କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକର ଆରାଧ୍ୟ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ଷୋଡ଼ଶ ଉପଚାର ପୂଜା ବିଧି ଅନୁଯାୟୀ ଆରମ୍ଭ ହୋଇଛି।
ମା’ଙ୍କ ସକାଳ ଧୂପ ପରେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରୁଛନ୍ତି। ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ଭାଇଚାରାର ସହର କଟକ। ଏପରିକି ଆଲୋକମାଳାରେ ଝଲସିଉଠୁଛି ମା’ଙ୍କ ମନ୍ଦିର ସମେତ ମୁଖ୍ୟ ଦ୍ୱାର ଓ ଆଖପାଖ ଅଞ୍ଚଳ।
ସେହିପରି ଶ୍ରୀମନ୍ଦିର ପରିସରସ୍ଥ ମା’ ବିମଳାଙ୍କ ପୀଠରେ ମଧ୍ୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଏଥିସହ ଶ୍ରୀମନ୍ଦିର ଭିତରେ ବେଢାପରିସରସ୍ଥ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା, ମା’ ଉତ୍ତରାୟଣୀ ଏବଂ ଶ୍ରୀକ୍ଷେତ୍ରର ଦକ୍ଷିଣକାଳୀ, ଆଲାମଚଣ୍ଡୀ ଏବଂ କିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ପୂଜା ଓ ଚଣ୍ଡୀପାଠ କରାଯିବ।
The post ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ appeared first on Dharitri Odia News.