ବାଇକ ଦୁର୍ଘଟଣାରେ ଶ୍ବଶୁର ମୃତ, ଜ୍ବାଇଁ ଗୁରୁତର

କଳାହାଣ୍ଡି,୦୮/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ବାଇକ୍ ଦୁର୍ଘଟଣାରେ ମସ୍କାପଦର ଗାଁର ଦଇତୁ ହରିଜନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଙ୍ଗରେ ଥିବା ତାଙ୍କ ଜ୍ବାଇଁ ମନୀଷ ତାଣ୍ଡିଙ୍କୁ ଗୁରୁତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ ଅଧିନସ୍ତ ଓଏସଏଲ କମ୍ପାନୀରେ କାମ କରୁଥିବା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁର ଦଇତୁ ଓ ତାଙ୍କ ଜ୍ୱାଇଁ ମନୀଷ ଏକ ବାଇକରେ ଘରୁ ଲାଞ୍ଜିଗଡ଼ […] The post ବାଇକ ଦୁର୍ଘଟଣାରେ ଶ୍ବଶୁର ମୃତ, ଜ୍ବାଇଁ ଗୁରୁତର appeared first on Odisha.News.

ବାଇକ ଦୁର୍ଘଟଣାରେ ଶ୍ବଶୁର ମୃତ, ଜ୍ବାଇଁ ଗୁରୁତର

କଳାହାଣ୍ଡି,୦୮/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ବାଇକ୍ ଦୁର୍ଘଟଣାରେ ମସ୍କାପଦର ଗାଁର ଦଇତୁ ହରିଜନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଙ୍ଗରେ ଥିବା ତାଙ୍କ ଜ୍ବାଇଁ ମନୀଷ ତାଣ୍ଡିଙ୍କୁ ଗୁରୁତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ ଅଧିନସ୍ତ ଓଏସଏଲ କମ୍ପାନୀରେ କାମ କରୁଥିବା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁର ଦଇତୁ ଓ ତାଙ୍କ ଜ୍ୱାଇଁ ମନୀଷ ଏକ ବାଇକରେ ଘରୁ ଲାଞ୍ଜିଗଡ଼ ଯାଉଥିବାବେଳେ କୁମ୍ଭାରପଡା ନିକଟରେ ରାସ୍ତା କଡ଼ ପାଚେରୀ କାନ୍ଥରେ ବାଇକଟି ପିଟି ହୋଇଯାଇଥିଲା। ଏଥିରେ ଉଭୟ ଗୁରୁତର ହୋଇଥିବାବେଳେ ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଦଇତୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ମନୀଷଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ରାତି ହୋଇଯିବାରୁ ଦଇତୁଙ୍କ ଶବ ବ୍ୟବଛେଦ ହୋଇପାରିନାହିଁ। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

The post ବାଇକ ଦୁର୍ଘଟଣାରେ ଶ୍ବଶୁର ମୃତ, ଜ୍ବାଇଁ ଗୁରୁତର appeared first on Odisha.News.