ଖଇର ମାଳ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଠାରେ ଥିବା ବସୁଧା ପ୍ରକଳ୍ପ ମାଧ୍ୟମ ରେ ଏକ ପାଣି ଟ୍ୟାଙ୍କ ତିଆରି ହୋଇଛି ହେଲେ ପ୍ରାୟ ଦୁଇମାସ ରୂ ଉର୍ଦ୍ଧ୍ୱ ହେଲା ଅଚଳ ହୋଇ ପଡ଼ିରହିଛି । ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରକଳ୍ପ ଅଚଳ ହୋଇଥିବା ଜଣାପଡ଼ିଛି । ଗାଁ ର ସ୍ୱେଚ୍ଛାସେବୀ ପ୍ରଦୀପ କୁମାର ପଧାନ ଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ପ୍ରାୟ ପ୍ରାୟ […] The post ଖଇର ମାଳ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଠାରେ ଥିବା ବସୁଧା ପ୍ରକଳ୍ପ ମାଧ୍ୟମ ରେ ଏକ ପାଣି ଟ୍ୟାଙ୍କ ତିଆରି ହୋଇଛି ହେଲେ ପ୍ରାୟ ଦୁଇମାସ ରୂ ଉର୍ଦ୍ଧ୍ୱ ହେଲା ଅଚଳ ହୋଇ ପଡ଼ିରହିଛି । ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରକଳ୍ପ ଅଚଳ ହୋଇଥିବା ଜଣାପଡ଼ିଛି । ଗାଁ ର ସ୍ୱେଚ୍ଛାସେବୀ ପ୍ରଦୀପ କୁମାର ପଧାନ ଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ପ୍ରାୟ ପ୍ରାୟ ୧୦୦୦ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ଏବେ ନାହିଁ ନ ଥିବା ହଇରାଣ ହେଉଥିବା ଜଣାଯାଇଛି । ପାନୀୟଜଳ ପାଇଁ ଲୋକେ ଗାଁ ପାଖରେ ଥିବା ବନ୍ଧରୂ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି l ବସୁଧା ଯୋଜନାରେ କୋଡିଏ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମତ ହୋଇଥିବା ଏହି ପ୍ରକଳ୍ପ ର ରକ୍ଷଣl ବେକ୍ଷଣ ଅଭାବରୁ ପ୍ରକଳ୍ପ ରେ ଲାଗି ଥିବା ସୋଲlର ପ୍ଲେଟ ଉପରେମଧ୍ୟ ଗଛ ଲତା ରେ ଢାଙ୍କି ହୋଇପଡ଼ିରହିଛି। ବିଭାଗୀୟ ଯନ୍ତ୍ରୀ ରଞ୍ଜନ ପଟେଲ ଙ୍କୁ ପଚlରିବାରୁ କଣ ହୋଇଛି ମୂଁ ଜାଣିନି ଯଦି ଖରାପ ଅଛି ସଜାଡ଼ିବାକୁ ପରାମର୍ଶ ଦେଵି ବୋଲି କହିଥିଲେ l ବୀରମହାରାଜପୁର ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁ ଥିଲେହେଁ ସେ ଫୋନ ରିସିଭ୍ କରି ନ ଥିଲେ l ଉଚ୍ଚ କର୍ତୃପକ୍ଷ ଯଥାଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ଖଇର ମାଳ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ appeared first on Odisha.News.