ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ…

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ)- ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉମାତ୍ର ୨ ମାସ ବାକି ରହିଛି। ଆସନ୍ତା ନଭେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ଗତ କେଏମଏସ୍‌ ୨୦୨୪-୨୫ବର୍ଷର ଅର୍ଦ୍ଧାଧିକ କଷ୍ଟମ ମିଲଡ୍‌ ଚାଉଳ ସଂଗୃହୀତ ହୋଇପାରି ନାହିଁ। ସେଥିରେ ସରକାର ବିଫଳ ହୋଇଥିବାବେଳେ ସେହି ଚାଉଳ ଏବଂ ଗତ ରବିରେ ସଂଗୃହୀତ ଧାନରେ ମିଲ ଗୁଡ଼ିକ ପୂରି ରହିଛି। ଏଭଳି ପରିସ୍ଥିତିରେ ମିଲ୍‌ ଗୁଡ଼ିକରୁ ଚାଉଳ ଉଠା ନ ଗଲେ ଆସନ୍ତା […] The post ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ… appeared first on Dharitri Odia News.

ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ…

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ)- ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉମାତ୍ର ୨ ମାସ ବାକି ରହିଛି। ଆସନ୍ତା ନଭେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ଗତ କେଏମଏସ୍‌ ୨୦୨୪-୨୫ବର୍ଷର ଅର୍ଦ୍ଧାଧିକ କଷ୍ଟମ ମିଲଡ୍‌ ଚାଉଳ ସଂଗୃହୀତ ହୋଇପାରି ନାହିଁ। ସେଥିରେ ସରକାର ବିଫଳ ହୋଇଥିବାବେଳେ ସେହି ଚାଉଳ ଏବଂ ଗତ ରବିରେ ସଂଗୃହୀତ ଧାନରେ ମିଲ ଗୁଡ଼ିକ ପୂରି ରହିଛି। ଏଭଳି ପରିସ୍ଥିତିରେ ମିଲ୍‌ ଗୁଡ଼ିକରୁ ଚାଉଳ ଉଠା ନ ଗଲେ ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜଟିଳ ହୋଇ ପଡ଼ିବ ବୋଲି ଶୁକ୍ରବାର ବରଗଡ଼ ହୋଟେଲ ଗଣପତିଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଜିଲା ମିଲର୍ସ ଆସୋସିଏଶନର ପ୍ରତିନିଧିବୃନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି। ଫଳରେ ଜିଲାରେ ଏବେଠାରୁ ଚାଉଳ ଉଠାଣ ପ୍ରକ୍ରିୟାକୁ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଆସୋସିଏଶନ ପକ୍ଷରୁ ଜିଲା ପ୍ରଶାସନ ଏବଂ ସରକାରଙ୍କୁ ନିବେଦନ କରାଯାଇଛି।

ଖବରଦାତା ସମ୍ମିଳନୀରେ ମିଲର୍ସ ଆସୋସିଏଶନର ପ୍ରତିନିଧିବୃନ୍ଦ ସୂଚନା ଦେଇ କହିଥିଲେ, ଜିଲାର ରାଇସ୍‌ ମିଲ ଗୁଡ଼ିକରୁ ଏପର୍ଯ୍ୟନ୍ତ ମାତ୍ର ୩୯ ପ୍ରତିଶତ ଚାଉଳ ଉଠାଯାଇଛି। ଆହୁରି ୬୧ପ୍ରତିଶତ ଚାଉଲ ଜିଲାରେ ରହିଥିବା ରାଇସ୍‌ ମିଲ ଗୁଡ଼ିକର ଗୋଦାମରେ ପୂରି ରହିଛି। ଏପରିକି ଆଉ ଧାନକୁ ସୁରକ୍ଷିତ ରଖିବା ପାଇଁ ମିଲ୍‌ ଗୁଡ଼ିକରେ ଜାଗା ନାହିଁ। ତେବେ ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ଚାଉଳ ସବୁକୁ ଉଠା ନ ଗଲେ ସେତେବେଳେ ମିଲର୍ସଙ୍କ ପକ୍ଷରେ ମଣ୍ଡିରୁ ଧାନ ଉଠାଇ ମିଲରେ ରଖିବା ସମ୍ଭବ ହେବ ନାହିଁ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ଜଟିଳ ସ୍ଥିତି ଉପୁଜିବ।

ସେହିପରି ଦୀର୍ଘ ୨ବର୍ଷ ହେଲା ମିଲର୍ସମାନଙ୍କୁ କଷ୍ଟୋଡ଼ି ମେଣ୍ଟେନାନ୍ସ ଚାର୍ଜେସ୍‌ ମଧ୍ୟ ମିଳି ନାହିଁ। ତେବେ ଏହା ନ ମିଳିଲେ ସେମାନେ ଆଗକୁ ଧାନ, ଚାଉଳ ଷ୍ଟକ ରଖିବା ପାଇଁ ମଧ୍ୟ ସକ୍ଷମ ହେବେ ନାହିଁ ବୋଲି ମିଲର୍ସ ପ୍ରତିନିଧି କହିଛନ୍ତି। ଏହି ଦୃଷ୍ଟିରୁ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନକୁ ସୁରକ୍ଷିତ ରିବା ପାଇଁ ରାଜ୍ୟ ସରକାର କୌଣସି ଅନ୍ୟ ଏକ ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରିବାକୁ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ସମସ୍ୟା ନେଇ ଆସୋସିଏଶନ ପକ୍ଷରୁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ, ଜିଲାପାଳ, ବିଧାୟକ, ଏମ୍‌ପିଙ୍କଠାରୁ ଆରମ୍ଭ କରି ଯୋଗାଣ ସଚିବ, ଯୋଗାଣ ମନ୍ତ୍ରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ନ ଥିବା ମିଲର୍ସ ଆସୋସିଏଶନ ଅଭିଯୋଗ କରିଛି। ଆସୋସିଏଶନର ନିତେଶ ବଂଶଲ, ଚନ୍ଦନ ଅଗ୍ରୱାଲ, ଦିନେଶ ପାଣିଗ୍ରାହୀ, ଗିରିଧର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଜିଲାର ଅନେକ ମିଲର୍ସ ଉପସ୍ଥିତ ଥିଲେ।

The post ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ… appeared first on Dharitri Odia News.