ବୀରମହାରାଜପୁର ବ୍ଲକ ସଭାଗୃହରେ ଡିଜିଟାଲ କ୍ରପ ସର୍ଭେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଶୁକ୍ରବାର ଦିନ କୃଷି ବିଭାଗ ଆନୁକୂଲ୍ୟରେ ଡିଜିଟାଲ କ୍ରପ ସର୍ଭେ ସଚେତାନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ପୌରୋହିତ୍ୟ କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜୋନ-୧ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବିଧାୟକ ପ୍ରତିନିଧି […] The post ବୀରମହାରାଜପୁର ବ୍ଲକ ସଭାଗୃହରେ ଡିଜିଟାଲ କ୍ରପ ସର୍ଭେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ବୀରମହାରାଜପୁର ବ୍ଲକ ସଭାଗୃହରେ ଡିଜିଟାଲ କ୍ରପ  ସର୍ଭେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଶୁକ୍ରବାର ଦିନ କୃଷି ବିଭାଗ ଆନୁକୂଲ୍ୟରେ ଡିଜିଟାଲ କ୍ରପ ସର୍ଭେ ସଚେତାନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ପୌରୋହିତ୍ୟ କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜୋନ-୧ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବିଧାୟକ ପ୍ରତିନିଧି ଭାବେ ବେଣୁଧର ଦାଶ , ବୀରମାହାରାଜପୁର ଜିଲ୍ଲା କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହା , ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂପ୍ରତି ଖରିଫ ଚାଷ ହୋଇଥିବା ବେଳେ କେଉଁ ଜମିରେ କେଉଁ ଫସଲ ହୋଇଛି ତାହାର ସର୍ଭେ କରାଯିବା ସହିତ କେଉଁ ଜମିରେ କୌଣସି ଚାଷ କରାଯାଇ ନାହିଁ ତାହାର ସର୍ଭେ ମଧ୍ୟ କରାଯିବ ବୋଲି ସୁଚନା ପ୍ରଦାନ କରାଯାଇଛି । ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସରପଞ୍ଚ , ସମିତିସଭ୍ୟ ଓ କୃଷି ବିଭାଗର କର୍ମଚାରୀ ଯୋଗଦେଇଥିଲେ। ବିଟିଏମ ଜିତେନ୍ଦ୍ର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଟିଏମ ମୀନକେତନ ମହାକୁର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

The post ବୀରମହାରାଜପୁର ବ୍ଲକ ସଭାଗୃହରେ ଡିଜିଟାଲ କ୍ରପ ସର୍ଭେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.