ମହମ୍ମଦ ସିରାଜ- ଟ୍ରାଭିସ ହେଡ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି! ମ୍ୟାଚ ସମୟରେ କରିଥିଲେ ଏମିତି କାମ
ନୂଆଦିଲ୍ଲୀ,୯।୧୨: ବ୍ରିସବେନ ଟେଷ୍ଟ ପୂର୍ବରୁ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ୍ଙ୍କ ମଧ୍ୟରେ ହୋଇଥିବା ବିବାଦ ବନ୍ଦ ହେବାର କୌଣସି ନା ନେଉନାହିଁ। ବାସ୍ତବରେ, ଆଡିଲେଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୦ ଉଇକେଟ୍ରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର […] The post ମହମ୍ମଦ ସିରାଜ- ଟ୍ରାଭିସ ହେଡ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି! ମ୍ୟାଚ ସମୟରେ କରିଥିଲେ ଏମିତି କାମ appeared first on Dharitri Odia News.
ନୂଆଦିଲ୍ଲୀ,୯।୧୨: ବ୍ରିସବେନ ଟେଷ୍ଟ ପୂର୍ବରୁ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ୍ଙ୍କ ମଧ୍ୟରେ ହୋଇଥିବା ବିବାଦ ବନ୍ଦ ହେବାର କୌଣସି ନା ନେଉନାହିଁ। ବାସ୍ତବରେ, ଆଡିଲେଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୦ ଉଇକେଟ୍ରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। କିନ୍ତୁ ମ୍ୟାଚ ସମୟରେ ଘଟିଥିବା ଏହି ଘଟଣା ଖେଳର ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ଘଟଣା ଆଡିଲେଡ ଟେଷ୍ଟରେ ଘଟିଥିଲା ଯେତେବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ୮୨ତମ ଓଭରରେ ମହମ୍ମଦ ସିରାଜ ଚମତ୍କାର ଇନ୍ସୱିଙ୍ଗ ୟକର୍ର୍ ସହିତ ଟ୍ରାଭିସ ହେଡ୍ଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ। ଉଇକେଟ୍ ନେବା ପରେ ସିରାଜ ଦର୍ଶକଙ୍କ ଆଡକୁ ଇସାରା କରି ଆକ୍ରୋଶମୂଳକ ଭାବେ ଖୁସି ମନାଇଥିଲେ। ଟ୍ରାଭିସ ହେଡ ଏହି କାର୍ଯ୍ୟକୁ ପସନ୍ଦ କରିନଥିଲେ ଏବଂ ସିରାଜଙ୍କୁ କିଛି କହିଥିଲେ। ଯଦିଓ ଏହି ହେଡ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ଅଷ୍ଟ୍ରେଲୀୟ ଦର୍ଶକମାନେ ସିରାଜଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ପାଇଁ ଉଭୟ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ ଆଇସିସି ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି ଘଟଣା ସାଧାରଣତଃ l ଉଭୟ ଖେଳାଳିଙ୍କ ପାଇଁ ନିଲମ୍ବନ ହେବାର ସମ୍ଭାବନା କମ ଥାଏ।
The post ମହମ୍ମଦ ସିରାଜ- ଟ୍ରାଭିସ ହେଡ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି! ମ୍ୟାଚ ସମୟରେ କରିଥିଲେ ଏମିତି କାମ appeared first on Dharitri Odia News.