‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ ମଧ୍ୟରେ ଗୁରୁବାର ଆକାଶ ଏହି ନିଷ୍ପତ୍ତିକୁ ସ୍ବୀକାର କରିନେଇଛନ୍ତି। ଏପରିକି ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବହୁଜନ ସମାଜ ପାଇଁ ଲଢ଼ିବେ ବୋଲି କହିଛନ୍ତି। ଆକାଶ ଆନନ୍ଦ ଟୁଇଟ୍‌ […] The post ‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ appeared first on Dharitri Odia News.

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ ମଧ୍ୟରେ ଗୁରୁବାର ଆକାଶ ଏହି ନିଷ୍ପତ୍ତିକୁ ସ୍ବୀକାର କରିନେଇଛନ୍ତି। ଏପରିକି ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବହୁଜନ ସମାଜ ପାଇଁ ଲଢ଼ିବେ ବୋଲି କହିଛନ୍ତି।

ଆକାଶ ଆନନ୍ଦ ଟୁଇଟ୍‌ କରି ଲେଖିଛନ୍ତି, ସମ୍ମାନୀତ ଭଉଣୀ ମାୟାବତୀ ଜି, ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି। ଆପଣଙ୍କ ସଂଘର୍ଷ ପାଇଁ ଆଜି ଆମ ସମାଜକୁ ଏଭଳି ଏକ ରାଜନୈତିକ ଶକ୍ତି ମିଳିଛି, ଯେଉଁ କାରଣରୁ ବହୁଜନ ସମ୍ପ୍ରଦାୟ ସମ୍ମାନ ସହ ବଞ୍ଚିବା ଶିଖିଛି। ଆପଣ ଆମର ସର୍ବମାନ୍ୟ ନେତା। ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ। ଭୀମ ମିଶନ ଏବଂ ମୋ’ ସମାଜ ପାଇଁ ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବା ଜାରି ରଖିବି।

ଏହାପୂର୍ବରୁ ମାୟାବତୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଦଳର ଅନ୍ୟ ନେତାଙ୍କୁ ଆଗକୁ ବଢ଼ାଇବା ଦର୍ଶାଇ ଆକାଶ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ। ଏପରିକି ଆକାଶଙ୍କୁ ସେ ତାଙ୍କ ଉତ୍ତରାଧିକାରୀ ଏବଂ ରାଷ୍ଟ୍ରୀୟ ସଂଯୋଜକ ଭାବେ ଘୋଷଣା କରିଥିଲେ ହେଁ ଦଳ ତଥା ଆନ୍ଦୋଳନର ସ୍ବାର୍ଥରେ ପୂର୍ଣ୍ଣ ପରିବକ୍ୱତା ହାସଲ କରିବା ଯାଏ ତାଙ୍କୁ ଏହି ଦୁଇ ଦାୟିତ୍ୱରୁ ମୁକ୍ତ କରାଯାଉଛି ବୋଲି ସେ କହିଥିଲେ। ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ମହଲରେ ହଟଚମଟ ଦେଖାଦେଇଥିଲା।

The post ‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ appeared first on Dharitri Odia News.