ଏହିସବୁ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ ପୈଠ ହେବ କୋହଳ
ଭୁବନେଶ୍ୱର, ୨୬ା୭ (ବନ୍ଦନା ସେଠୀ):ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ୍ ବିଲ୍ ଦେୟ ଅବଧିରେ କୋହଳ କରିଛନ୍ତି ରାଜ୍ୟ ସରକାର। ଚଳିତ ଖରିଫ ଋତୁରେ ଚାଷୀଙ୍କ ସ୍ବାର୍ଥରକ୍ଷା ନେଇ ଉଠାଜଳସେଚନ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ପଇଠ ଲାଗି ସମୟ ସୀମା ବୃଦ୍ଧି କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ […] The post ଏହିସବୁ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ ପୈଠ ହେବ କୋହଳ appeared first on Dharitri Odia News.
ଭୁବନେଶ୍ୱର, ୨୬ା୭ (ବନ୍ଦନା ସେଠୀ):ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ୍ ବିଲ୍ ଦେୟ ଅବଧିରେ କୋହଳ କରିଛନ୍ତି ରାଜ୍ୟ ସରକାର। ଚଳିତ ଖରିଫ ଋତୁରେ ଚାଷୀଙ୍କ ସ୍ବାର୍ଥରକ୍ଷା ନେଇ ଉଠାଜଳସେଚନ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ପଇଠ ଲାଗି ସମୟ ସୀମା ବୃଦ୍ଧି କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏ ନେଇ ବୈଠକ ଅନୁଷ୍ଠିତ ହେବାପରେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ କୃଷି ବିଭାଗର ନିର୍ଦ୍ଦେଶକ ଏବଂ ବିତରଣ କମ୍ପାନିଙ୍କ ସହିତ ଆଲୋଚନା କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଉଠା ଜଳସେଚନ ଉପଭୋକ୍ତାଙ୍କୁ ପ୍ରତି ମାସରେ ସେମାନଙ୍କର ବିଦ୍ୟୁତ ବିଲ୍ ପୈଠ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବକେୟା ବିଦ୍ୟୁତ ବିଲ୍ ଟଙ୍କା ମଞ୍ଜୁର କରିବା ପାଇଁ ବିତରଣ କମ୍ପାନିଗୁଡ଼ିକ କିସ୍ତି ଜରିଆରେ ପୈଠ ପାଇଁ ସୁବିଧା ଦେବାକୁ ରାଜି ହୋଇଛନ୍ତି। ଅଗଷ୍ଟ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ସର୍ବାଧିକ ୮ଟି କିସ୍ତିରେ ବକେୟା ପୈଠ କରିବା ପାଇଁ ଉପଭୋକ୍ତାମାନେ ଏହି ସୁବିଧା ପାଇପାରିବେ। ବିଜୁଳି ଯୋଗାଣ ଯେପରି ନିରବଚ୍ଛିନ୍ନ ରହିବ ତାହା ସୁନିଶ୍ଚିତ କରିବା ସହିତ ଉପଭୋକ୍ତାଙ୍କୁ ଆର୍ଥିକ ନମନୀୟତା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଅଧିକ ବିବରଣୀ ପାଇଁ ଡିସ୍କମ୍ର ଟୋଲ୍ ଫ୍ରି ନଂ. ୧୯୧୨ କିମ୍ବା କଷ୍ଟମରକେୟାର ସେଣ୍ଟରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
The post ଏହିସବୁ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ ପୈଠ ହେବ କୋହଳ appeared first on Dharitri Odia News.