ଶେୟାର ବଜାର କାରବାରରେ ଉତ୍ସାହ, ୭୫,୦୦୦ ଉପରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୬।୬ (ଅଭୟ ଦାଶ): ୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ୮ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଖାତାରେ ଯୋଡିଥିଲାବେଳେ ପୁଞ୍ଜିବଜାର ସମେତ ଶେୟାର ବଜାରର ନିବେଶକଙ୍କ ମନରେ ଉତ୍ସାହ ଦେଖାଯାଇଛି। ପୂର୍ବଦିନର ବଜାର […] The post ଶେୟାର ବଜାର କାରବାରରେ ଉତ୍ସାହ, ୭୫,୦୦୦ ଉପରେ ସେନ୍‌ସେକ୍ସ appeared first on Dharitri Odia News.

ଶେୟାର ବଜାର କାରବାରରେ ଉତ୍ସାହ, ୭୫,୦୦୦ ଉପରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୬।୬ (ଅଭୟ ଦାଶ): ୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ୮ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଖାତାରେ ଯୋଡିଥିଲାବେଳେ ପୁଞ୍ଜିବଜାର ସମେତ ଶେୟାର ବଜାରର ନିବେଶକଙ୍କ ମନରେ ଉତ୍ସାହ ଦେଖାଯାଇଛି। ପୂର୍ବଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୦୮ ଲକ୍ଷ କୋଟି ଥିଲାବେଳେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୮ଲକ୍ଷ କୋଟି ବୃଦ୍ଧି ପାଇ ୪୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବିଶେଷକରି ବିଏସ୍‌ଇ ୩୦ ବିଶିଷ୍ଟ ଶେୟାର ସର୍ବାଧିକ ନିବେଶ ବୃଦ୍ଧି କରିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି ୫୦ର ନିବେଶକମାନେ ମଧ୍ୟ କାରବାର ବଢ଼ାଇଛନ୍ତି। ସେହିଭଳି ଗୋଟିଏ ପଟରେ ନୂଆ ସରକାର ପାଇଁ ନିବେଶକମାନେ କାରବାରରେ ପୁଃନଜଡିତ ହେଉଥିବାବେଳେ ଷ୍ଟକ ମାକେର୍ଟର କାରବାରରେ ମଧ୍ୟ ସୁଧାର ଆସିଛି। ଏପରିକି ଗୁରୁବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବିଏସ୍‌ଇ ସେନ୍‌ସେକ୍ସ ୦.୯୩% ବୃଦ୍ଧି ଘଟିଥିବାବେଳେ ନିଫ୍ଟି ୫୦ରେ ୦.୮୯% ବୃଦ୍ଧି ହୋଇଛି। ସେହିପରି ବିଏସ୍‌ଇ ସ୍ମଲକ୍ୟାପ ୨.୨୮% ଏବଂ ବିଏସ୍‌ଇ ମିଡକ୍ୟାପ ୩.୦୬% ବୃଦ୍ଧିପାଇଥିବାବେଳେ ନିଫ୍ଟି ମିଡକ୍ୟାପ ୨.୨୪% ଏବଂ ନିଫ୍ଟି ସ୍ମଲକ୍ୟାପ ୩.୦୮% ବୃଦ୍ଧି ପାଇଛି। ଏପରିକି ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ) ୦.୪୮% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ବଜାଜ ଅଟୋ, ଟିଭିଏସ୍‌ ମୋଟର କମ୍ପାନୀ ଏବଂ ୟୁନାଇଟେଡ୍‌ ସ୍ପ୍ରିରଟି ଭଳି ନିବେଶକଙ୍କ ନିବେଶ ବୃଦ୍ଧି ଘଟିଛି। ଏପରିକି ନିଫ୍ଟି ୫୦ରେ ଏଚ୍‌ସିଏଲ୍‌, ଟେକ୍‌ ମହିନ୍ଦ୍ରା ଏବଂ ଶ୍ରୀରାମ ଫାଇନାନ୍ସ ଭଳି ନିବେଶକଙ୍କ ସମ୍ପତ୍ତି ବୃଦ୍ଧି ଘଟିଥିଲାବେଳେ ସେକ୍ଟେରାଲ କ୍ଷେତ୍ରରେ ଏଫ୍‌ଏମ୍‌ସିଜି, ଫାର୍ମା,ହେଲ୍‌ଥ କେୟାରଏବଂ ଘରୋଇ ବ୍ୟାଙ୍କ ସମେତ ରିଅଲିଟି, ମିଡିଆ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆଇଟି, ଅଏଲ ଆଣ୍ଡ ଗ୍ୟାସ୍‌ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।

The post ଶେୟାର ବଜାର କାରବାରରେ ଉତ୍ସାହ, ୭୫,୦୦୦ ଉପରେ ସେନ୍‌ସେକ୍ସ appeared first on Dharitri Odia News.