ସ୍ତ୍ରୀଙ୍କୁ ଘରକୁ ଆଣିବେ ଶିକ୍ଷକ ସ୍ବାମୀ: ଥାନାରେ ହେଲା ଆପୋଷ ସମାଧାନ
ବାସୁଦେବପୁର,୪।୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ୱାର୍ଡର ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଦାବିରେ ଘରେ ରହିବାକୁ ଦେଉ ନ ଥିଲେ। ଘଟଣାକୁ ନେଇ ସ୍ତ୍ରୀ ତାଙ୍କ କରଞ୍ଜ ଆଦିଆସ୍ଥିତ ବାପ ଘରେ ଗତ ଦେଢ଼ ମାସ ହେଲା ରହି ଆସୁଥିଲେ। ସ୍ବାମୀ ତାଙ୍କୁ ଘରକୁ ନ ଆଣିବାରୁ ସେ ଗତ ବୁଧବାର ଦିନ ଶଶୁର ଘର ଆଗରେ ଧାରଣରେ ବସିଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଘର ଲୋକ […] The post ସ୍ତ୍ରୀଙ୍କୁ ଘରକୁ ଆଣିବେ ଶିକ୍ଷକ ସ୍ବାମୀ: ଥାନାରେ ହେଲା ଆପୋଷ ସମାଧାନ appeared first on Dharitri Odia News.
ବାସୁଦେବପୁର,୪।୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ୱାର୍ଡର ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଦାବିରେ ଘରେ ରହିବାକୁ ଦେଉ ନ ଥିଲେ। ଘଟଣାକୁ ନେଇ ସ୍ତ୍ରୀ ତାଙ୍କ କରଞ୍ଜ ଆଦିଆସ୍ଥିତ ବାପ ଘରେ ଗତ ଦେଢ଼ ମାସ ହେଲା ରହି ଆସୁଥିଲେ। ସ୍ବାମୀ ତାଙ୍କୁ ଘରକୁ ନ ଆଣିବାରୁ ସେ ଗତ ବୁଧବାର ଦିନ ଶଶୁର ଘର ଆଗରେ ଧାରଣରେ ବସିଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଘର ଲୋକ ତାଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ। ସୂଚନା ପାଇ ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ଘଟଣାରେ ହସ୍ତକ୍ଷେପ କରି ମହିଳାଙ୍କୁ ବୁଝାସୁଝା କରିବା ପରେ ସେ ଧାରଣାରୁ ଉଠି ଥିଲେ। ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଘଟଣାର ଆପୋଷ ସମାଧାନ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।
The post ସ୍ତ୍ରୀଙ୍କୁ ଘରକୁ ଆଣିବେ ଶିକ୍ଷକ ସ୍ବାମୀ: ଥାନାରେ ହେଲା ଆପୋଷ ସମାଧାନ appeared first on Dharitri Odia News.