କିମିଆ କରୁଛି ‘ମଙ୍କି ମ୍ୟାନ୍’ ଟ୍ରେଲର୍, ଦେଖିଲେ କହିବେ ବାଃ
ବମ୍ବେ: ଓସ୍କାର ନୋମିନେଟେଡ୍ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଏବେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକଙ୍କୁ ଏହା ବେଶ ପସନ୍ଦ ଆସୁଛି। ‘ମଙ୍କି ମ୍ୟାନ୍’ ଜରିଆରେ ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା ନିଜର ହଲିଉଡ୍ ଡେବ୍ୟୁ କରିବେ। ମଡେଲିଂ, ବଲିଉଡ୍, ଓଟିଟି ପରେ ଏବେ ହଲିଉଡ୍ରେ ନିଶ୍ଚିତ ଭାବେ ଧମାକା କରବେ ବୋଲି କୁହାଯାଉଛି। […] The post କିମିଆ କରୁଛି ‘ମଙ୍କି ମ୍ୟାନ୍’ ଟ୍ରେଲର୍, ଦେଖିଲେ କହିବେ ବାଃ appeared first on Dharitri Odia News.
ବମ୍ବେ: ଓସ୍କାର ନୋମିନେଟେଡ୍ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଏବେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକଙ୍କୁ ଏହା ବେଶ ପସନ୍ଦ ଆସୁଛି।
‘ମଙ୍କି ମ୍ୟାନ୍’ ଜରିଆରେ ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା ନିଜର ହଲିଉଡ୍ ଡେବ୍ୟୁ କରିବେ। ମଡେଲିଂ, ବଲିଉଡ୍, ଓଟିଟି ପରେ ଏବେ ହଲିଉଡ୍ରେ ନିଶ୍ଚିତ ଭାବେ ଧମାକା କରବେ ବୋଲି କୁହାଯାଉଛି। ଅପରପକ୍ଷେ ଦେବ ନିର୍ଦ୍ଦେଶକ ସହ ଫିଲ୍ମର କାହାଣୀର ସହ ଲେଖକ ଅଛନ୍ତି। ଏପରିକି ଜୋର୍ଡାନ ପିଲଙ୍କ ସହ ଏହାକୁ ସହପ୍ରଯୋଜନା ମଧ୍ୟ କରୁଛନ୍ତି। ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର, ବିପିନ ଶର୍ମା, ଅଦିତୀ କୁଲକନ୍ତେ, ବ୍ରାହିମ ଚାବ୍, ନାଗେସ ଭୋସଲେଙ୍କ ଭଳି କଳାକାର ନଜର ଆସୁଛନ୍ତି। ଫିଲ୍ମର କିଛି ଦୃଶ୍ୟ ବାଃ କହିବାକୁ ବାଧ୍ୟ କରୁଛି। ତେବେ ଏହା ୨୦୨୪ ଏପ୍ରିଲ ୫ରେ ରିଲିଜ ହେବ।
The post କିମିଆ କରୁଛି ‘ମଙ୍କି ମ୍ୟାନ୍’ ଟ୍ରେଲର୍, ଦେଖିଲେ କହିବେ ବାଃ appeared first on Dharitri Odia News.