ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର
ଭୁବନେଶ୍ୱର,୭।୨(ସୁନିତ୍ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍ – ୨୦୨୪ ଉପରେ ବିବୃତିି ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏହି ଐତିହାସିକ ବିଲ୍ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡ଼ି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡ଼ିଆଙ୍କ ସହ ୧୫ […] The post ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର,୭।୨(ସୁନିତ୍ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍ – ୨୦୨୪ ଉପରେ ବିବୃତିି ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏହି ଐତିହାସିକ ବିଲ୍ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡ଼ି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡ଼ିଆଙ୍କ ସହ ୧୫ ଜନଜାତି ସମୁଦାୟରେ ୫୦ରୁ ଊର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିଲେ, ସେମାନଙ୍କୁ ମୋଦି ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଜନଜାତିଙ୍କ ପ୍ରତି ପୂର୍ବରୁ ହୋଇଥିବା ଐତିହାସିକ ଭୁଲ୍କୁ ସୁଧାରିଛନ୍ତି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଜାତି ସମୁଦାୟଙ୍କ ପାଇଁ ଏହି ବିଧେୟକ ଆର୍ଥିକ-ସାମାଜିକ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇବ। ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ଯେଉଁ ଉତ୍ସାହ ଥିଲା, ଏହି ବିଧେୟକ ଆଇନରେ ପରିଣତ ହେଲେ ଓଡ଼ିଶାର ଜନଜାତି ସମାଜର ବିଶେଷତଃ ୪ଟି ଆଦିମ ଜନଜାତି ସମୁଦାୟଙ୍କ ମଧ୍ୟରେ ସେହି ଉତ୍ସାହ ଦେଖାଯିବ। ଏହି ସମୁଦାୟଙ୍କୁ ନ୍ୟାୟ ଏବଂ ସାମ୍ବିଧାନିକ ଅଧିକାର ଦେବା ଏବଂ ସେମାନଙ୍କୁ ଆକାଂକ୍ଷା ତଥା ଅଭିଳାଷକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପ ସଫଳ ହେବ। ଦେଶରେ ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି। କିନ୍ତୁ ଏପରି ଅନେକ ଉଦାହରଣ ରହିଛି, ଯେତେବେଳେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି। ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା। ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିଲା। ଏହି ସମ୍ବିଧାନ ବିରୋଧୀ ନିଷ୍ପତ୍ତିକୁ ଜନଜାତିଙ୍କ ସମେତ ସବୁ ଆଡୁ ବିରୋଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ସହ ସାଲିସ୍ କରିବାର ଅଧିକାର କାହାର ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
The post ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର appeared first on Dharitri Odia News.