ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍ ଖୁଣ୍ଟ, ବଡ଼ ଗଛ ଧରାଶାୟୀ
କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଛି। ଫଳରେ ବିଦ୍ୟୁତ ଯୋଗାଣ ମଧ୍ୟ ଠପ୍ ହୋଇପଡିଛି। ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। କୋକସରା ସଦର ମଣ୍ଡିରେ ଚାଷୀଙ୍କ ୪ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ […] The post ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍ ଖୁଣ୍ଟ, ବଡ଼ ଗଛ ଧରାଶାୟୀ appeared first on Dharitri Odia News.
କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଛି। ଫଳରେ ବିଦ୍ୟୁତ ଯୋଗାଣ ମଧ୍ୟ ଠପ୍ ହୋଇପଡିଛି। ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। କୋକସରା ସଦର ମଣ୍ଡିରେ ଚାଷୀଙ୍କ ୪ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ରହିଥିବା ବେଳେ କାଳବୈଶାଖୀ ବର୍ଷାରେ ଏହା ଭିଜି ଗୁଣବତ୍ତା ହରାଇଛି। ଆଗକୁ କଟ୍ନୀଛଟ୍ନୀକୁ ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। କାଳବୈଶାଖୀରେ ବଙ୍ଗୋମୁଣ୍ଡାର ଛତୁଚାଷୀ ରୋମାଞ୍ଚଳ ପୂଜାରିଙ୍କ ଛତୁ ଘର ଉଡାଇ ନଷ୍ଟ ହୋଇଥିବା ବେଳେ କୁକୁଡ଼ା ଚାଷୀ ଜଗବନ୍ଧୁ ପୂଜାରିଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟସ୍ ଉଡାଇ ନେଇଛି। କୋକସରା ପଟ୍ଟନାୟକ ପଡାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ଗମ୍ଭାରୀଗୁଡା ଚିକିଲି ରାସ୍ତାରେ ଏକ ବିରାଟକାୟ ବରଗଛ ଧରାଶାୟୀ ହୋଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଗଛ କାଟି ରାସ୍ତା ସଫା କରିଥିବା ଜଣାପଡ଼ିଛି। ଜାତୀୟ ରାଜପଥ ୨୬ କୋକସରା କଲେଜ ଛକ ନିକଟରେ ରାସ୍ତାରେ ଗଛ ପଡିଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।
The post ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍ ଖୁଣ୍ଟ, ବଡ଼ ଗଛ ଧରାଶାୟୀ appeared first on Dharitri Odia News.