‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସେଥିମଧ୍ୟରେ ନିଜକୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ କୌଶଳର ଆବଶ୍ୟକତା ରହିଛି ଯାହାକି ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓ ମହାବିଦ୍ୟାଳୟଗୁଡିକରେ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଦାନ କରୁଛନ୍ତି। ପ୍ରକାଶ ଯେ, ଏହିକ୍ରମରେ ଦାରିଙ୍ଗବାଡ଼ିର ଡଃ ଭୀମରାଓ ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିରର କାର୍ଯ୍ୟକ୍ରମର ଉଦ୍ଯାପନୀ ହୋଇଯାଇଛି। ଏହାକୁ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ କୁମାର […] The post ‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସେଥିମଧ୍ୟରେ ନିଜକୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ କୌଶଳର ଆବଶ୍ୟକତା ରହିଛି ଯାହାକି ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓ ମହାବିଦ୍ୟାଳୟଗୁଡିକରେ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଦାନ କରୁଛନ୍ତି।
ପ୍ରକାଶ ଯେ, ଏହିକ୍ରମରେ ଦାରିଙ୍ଗବାଡ଼ିର ଡଃ ଭୀମରାଓ ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିରର କାର୍ଯ୍ୟକ୍ରମର ଉଦ୍ଯାପନୀ ହୋଇଯାଇଛି। ଏହାକୁ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପିକା ତଥା ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ସସ୍ମିତା ସାମନ୍ତ ମଞ୍ଚ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟାପିକା ବବଲୀନ ନାୟକ, ନିମାଇଁ ଚରଣ ପଣ୍ଡା, ବିଷ୍ଣୁ ସାହୁ, ବିନୋଦ କୁମାର ସୁବୁଦ୍ଧି, କୀର୍ତ୍ତି ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅନ୍ୟ କର୍ମଚାରୀ ବିକ୍ରମ କିଶୋର ପଟ୍ଟନାୟକ ଏବଂ ମଦନ ମୋହନ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଏହି ତାଲିମ ଶିବିରରେ ବିଦ୍ୟାଳୟର ୧୫୪ ଜଣ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିକ୍ଷା ପାଇଁ ତାଲିମ ପାଇଥିବା ବେଳେ ମାଷ୍ଟର ତାଲିମଦାତା ଭାବେ ବିଦ୍ୟାଳୟର କୀର୍ତ୍ତିକା ସାହୁ ଏବଂ ଏଲିନା ଦିଗାଲ ସମସ୍ତ ଛାତ୍ରୀଙ୍କୁ ୮ ଦିନ ଧରି ତାଲିମ ପ୍ରଦାନ କରିଥିଲେ। ସମସ୍ତ ମାଷ୍ଟର ତାଲିମ ଦାତାଙ୍କ ସମେତ ୧୫୪ ଜଣ ଛାତ୍ରୀଙ୍କୁ ଏହି ତାଲିମ ପାଇଁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
The post ‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’ appeared first on Dharitri Odia News.