ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟୁଛି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକ ପ୍ରାୟ ୧.୨ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ପୂର୍ବଦିବସର କାର୍ଯ୍ୟ ଶେଷ ସୁଦ୍ଧା ବଜାର ପୁଞ୍ଜି ମୋଟ ୪୫୧.୨ ଲକ୍ଷ କୋଟି […] The post ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ appeared first on Dharitri Odia News.

ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟୁଛି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକ ପ୍ରାୟ ୧.୨ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ପୂର୍ବଦିବସର କାର୍ଯ୍ୟ ଶେଷ ସୁଦ୍ଧା ବଜାର ପୁଞ୍ଜି ମୋଟ ୪୫୧.୨ ଲକ୍ଷ କୋଟି ଥିଲାବେଳେ ଶୁକ୍ରବାର ବଜାର କାରବାର ଶେଷ ସୁଦ୍ଧା ପୁଞ୍ଜିବଜାରର ପରିମାଣ ୪୫୨.୪ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଶେୟାର ବଜାର କାରବାର ଶେଷ ସୁଦ୍ଧା ବିଏସ୍‌ଇ ସେନ୍‌ସେକ୍ସ ୬୨୨.୦୦ ପଏଣ୍ଟ ବଢ଼ି ୮୦,୫୧୯.୩୪ ଅଙ୍କରେ କାରବାର ଶେଷ କରିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ମଧ୍ୟ ୧୮୬.୨୦ ପଏଣ୍ଟ ବୃଦ୍ଧି ଘଟି ୨୪,୫୦୨.୧୫ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍‌ଏସ୍‌ଇ ନିଫ୍ଟି ମିଡକ୍ୟାପ, ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ବୃଦ୍ଧି ଘଟିଛି।

The post ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ appeared first on Dharitri Odia News.