ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ କଂଗ୍ରେସର ଭଦ୍ରକ, ମୟୂରଭଞ୍ଜ, ବାଲେଶର ଜିଲାର ପ୍ରଭାରୀ ଦାୟିତ୍ୱରେ ଥିଲେ। ଏପରିକି ସେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଟ ଥିଲେ । ଆଜି ଯୋଗ ଦେବା ବେଳେ ଏମ୍‌ପି ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ପାଟଣା ବିଧାୟକ ପ୍ରାର୍ଥୀ […] The post ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି appeared first on Dharitri Odia News.

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ କଂଗ୍ରେସର ଭଦ୍ରକ, ମୟୂରଭଞ୍ଜ, ବାଲେଶର ଜିଲାର ପ୍ରଭାରୀ ଦାୟିତ୍ୱରେ ଥିଲେ। ଏପରିକି ସେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଟ ଥିଲେ । ଆଜି ଯୋଗ ଦେବା ବେଳେ ଏମ୍‌ପି ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୀନା ମାଝି, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଜିଲା ବିଜେଡି ସଭାପତି କୁଶ ଆପଟ, ପ୍ରଭାରୀ ସୁବ୍ରତ ଛାଟୋଇ, ସହ ପ୍ରଭାରୀ ସଂଗ୍ରାମ ପାଇକରାୟ, ତେଲକୋଇ ପ୍ରଭାରୀ ଲଳିତ ପ୍ରଧାନ, ସମେତ ଉପସ୍ଥିତ ଥିଲେ। ହୋଟେଲ ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ବେଳେ ଦଳ ପାଇଁ ଯେଉଁ ଦାୟିତ୍ୱ ମିଳିବ ସେ ସବୁ କିଛି କରିବେ ବୋଲି କହିଛନ୍ତି।

The post ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି appeared first on Dharitri Odia News.