ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ

ହାଟଡିହୀ,୨୦l୨(ଶୁଭକାନ୍ତ ନାୟକ)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ପଣ୍ଡୁଆ ଗାଁର ନାଇକ ସାହିରେ ସୋମବାର ରାତିରେ ନିଆଁ ଲାଗି ୯ ପରିବାରର ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଫୁଲ ନାଇକ, ମଦନ ନାଇକ,ଦାମୋଦର ନାଇକ, ଶାନ୍ତି ନାଇକ, ରଥିଆ ନାଇକ ପ୍ରମୁଖ ଅଗିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ଫୁଲ ନାଇକ ରୋଷେଇ କରୁଥିବା ବେଳେ ପ୍ରଥମେ ତାଙ୍କ ଘରେ ନିଆଁ ଲାଗି ଅନ୍ୟ ଘରକୁ ବ୍ୟାପିଥିଲା। ଆସନ୍ତା ୨୮ ତାରିଖରେ ଦାମୋଦର […] The post ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ appeared first on Dharitri Odia News.

ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ

ହାଟଡିହୀ,୨୦l୨(ଶୁଭକାନ୍ତ ନାୟକ)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ପଣ୍ଡୁଆ ଗାଁର ନାଇକ ସାହିରେ ସୋମବାର ରାତିରେ ନିଆଁ ଲାଗି ୯ ପରିବାରର ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଫୁଲ ନାଇକ, ମଦନ ନାଇକ,ଦାମୋଦର ନାଇକ, ଶାନ୍ତି ନାଇକ, ରଥିଆ ନାଇକ ପ୍ରମୁଖ ଅଗିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଫୁଲ ନାଇକ ରୋଷେଇ କରୁଥିବା ବେଳେ ପ୍ରଥମେ ତାଙ୍କ ଘରେ ନିଆଁ ଲାଗି ଅନ୍ୟ ଘରକୁ ବ୍ୟାପିଥିଲା। ଆସନ୍ତା ୨୮ ତାରିଖରେ ଦାମୋଦର ନାଇକ ବାହାଘର କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ ରଖିଥିବା ଦେଢ଼ ଲକ୍ଷ ଟଙ୍କା, ଆସବାବପତ୍ର ପୋଡ଼ି ଯାଇଛି। ଏବେ କେମିତି ବିବାହ କାର୍ଯ୍ୟ କରିବେ ସେଥିପାଇଁ ସେ ଚିନ୍ତାରେ ଅଛନ୍ତି। ସେହିପରି ରଥିଆ ନାଇକ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ସହ ନୂଆ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟ ପରିବାର ଲୋକଙ୍କର ମଧ୍ୟ ଲକ୍ଷାଧିକ ଟଙ୍କା ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆନନ୍ଦପୁର ତହସିଲଦାର ସଂଗ୍ରାମ କେଶରୀ ଭୋଳ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରତ୍ୟେକ ପରିବାରକୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଘର ପୋଡ଼ିଯାଇଥିବା ପରିବାରକୁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ appeared first on Dharitri Odia News.