ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ
ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ ସେ ଆଲୋଚନାରେ ରହୁଛନ୍ତି। ନିକଟରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସମସ୍ତ ତାରକା ଯୋଗ ଦେଇଥିଲେ। ପାର୍ଟିରେ ନତାଶାଙ୍କୁ ତାଙ୍କ ଘନିଷ୍ଠ ବନ୍ଧୁ ଆଲେକ୍ଜାଣ୍ଡର ଆଲେକ୍ସଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଏ […] The post ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ appeared first on Dharitri Odia News.
ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ ସେ ଆଲୋଚନାରେ ରହୁଛନ୍ତି। ନିକଟରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସମସ୍ତ ତାରକା ଯୋଗ ଦେଇଥିଲେ।
ପାର୍ଟିରେ ନତାଶାଙ୍କୁ ତାଙ୍କ ଘନିଷ୍ଠ ବନ୍ଧୁ ଆଲେକ୍ଜାଣ୍ଡର ଆଲେକ୍ସଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଏ । ଆଲେକଜାଣ୍ଡର ଏକ ଗୋଲ୍ଡେନ୍ ରଙ୍ଗର କୁର୍ତା ସେଟ୍ ରେ ନଜର ଆସିଥିଲେ।
ନତାଶା କଳା ଏବଂ ଗୋଲ୍ଡେନ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ହାଲକା ମେକଅପ୍ ସହିତ ନତାଶା ପୂରା ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ କ୍ଲାସି ଏବଂ ଚମତ୍କାର ଲୁକରେ ଚମକି ଉଠିଥିଲେ ।
ନତାଶା ଷ୍ଟାନକୋଭିକ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ୨୦୨୦ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ହାର୍ଦ୍ଦିକଙ୍କ ସହ ନତାଶାଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଦୁହେଁ ଏକ ପୁଅ ଅଗସ୍ତ୍ୟଙ୍କର ପିତାମାତା ଅଟନ୍ତି । ହେଲେ ସେମାନେ ଛାଡ଼ପତ୍ର ଘୋଷଣା କରିଛନ୍ତି। ଛାଡ଼ପତ୍ର ଘୋଷଣା ପୂର୍ବରୁ ନତାଶା ସର୍ବିଆସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ। ହେଲେ ଏବେ ସେ ଭାରତ ଫେରିଛନ୍ତି। ନତାଶାଙ୍କ ପାଖରେ ପୁଅ ଅଗସ୍ତ୍ୟ ଏବେ ରହୁଛନ୍ତି।
ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ଆଲେକଜାଣ୍ଡର ଆଲେକ୍ସଙ୍କ ସହ ନଜର ଆସୁଛନ୍ତି । ଦୁହିଁଙ୍କ ଲିଙ୍କଅପ୍ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
The post ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ appeared first on Dharitri Odia News.