ତିନି ବର୍ଷ ପରେ ଟି-୨୦ ଦଳକୁ ଫେରିବେ କେଏଲ ରାହୁଲ ? ଏହି ସିରିଜ୍ରେ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଖେଳାଳି କେଏଲ ରାହୁଲ ଗତ କିଛି ମାସରେ ନିଜର ଦମଦାର ପ୍ରଦର୍ଶନରେ ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ରାହୁଲ ଆଇପିଏଲ୍ ୨୦୨୫ରେ ଦମଦାର ଫର୍ମରେ ଅଛନ୍ତି। ସେ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ଦମଦାର ଶତକ ହାସଲ କରିଥିଲେ। ସେ ଚଳିତ ସଂସ୍କରଣରେ ୫୦୦ ରନ କରିବାର ନିକଟତର ହୋଇଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ଦେଖି ଆଗାମୀ ବାଂଲାଦେଶ ଗସ୍ତ ପାଇଁ ରାହୁଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିପାରେ।କେଏଲ ରାହୁଲ ପ୍ରାୟ ଅଢେଇ ବର୍ଷ ପୂର୍ବେ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ନଭେମ୍ବର ୧୦ରେ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ରେ ସେ ୫ ରନ କରିଥିଲେ। ଏହା ପରଠୁ ସେ ଟି-୨୦ ଦଳରୁ ବାହାରେ ଅଛନ୍ତି। ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡଠୁ ୧୦ ଓ୍ଵିକେଟ୍ରେ ହାରିଥିଲା। ରାହୁଲ ୨୦୨୨ ଟି-୨୦ ବିଶ୍ଵକପ୍ରେ ୬ଟି ମ୍ୟାଚ୍ରେ ମାତ୍ର ୧୨୮ ରନ କରିଥିଲେ।କେଏଲ ରାହୁଲ ଗତ ୬ ମାସରେ ଦମଦାର ପ୍ରଦର୍ଶନ କରି ଦେଖାଇ ଦେଇଛନ୍ତି ଯେ, ତାଙ୍କ ନିକଟରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ରହିଛି। ରବିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ରାହୁଲ ୬୦ ବଲ୍ରୁ ଶତକ ହାସଲ କରିଥିଲେ। ସେ ୬୫ ବଲରୁ ୧୪ ଚୌକା ଓ ୪ ଛକା ସହ ୧୧୨ ରନ କରିଥିଲେ। ସେ ଦିଲ୍ଲୀ ପକ୍ଷରୁ ୧୧ଟି ମ୍ୟାଚ୍ରେ ୧୪୨.୧୬ ଷ୍ଟ୍ରାଇକ ରେଟ୍ରେ ୪୯୩ ରନ କରିଛନ୍ତି। କେଏଲ ରାହୁଲ ଭାରତ ପକ୍ଷରୁ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଖେଳାଳି କେଏଲ ରାହୁଲ ଗତ କିଛି ମାସରେ ନିଜର ଦମଦାର ପ୍ରଦର୍ଶନରେ ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ରାହୁଲ ଆଇପିଏଲ୍ ୨୦୨୫ରେ ଦମଦାର ଫର୍ମରେ ଅଛନ୍ତି। ସେ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ଦମଦାର ଶତକ ହାସଲ କରିଥିଲେ। ସେ ଚଳିତ ସଂସ୍କରଣରେ ୫୦୦ ରନ କରିବାର ନିକଟତର ହୋଇଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ଦେଖି ଆଗାମୀ ବାଂଲାଦେଶ ଗସ୍ତ ପାଇଁ ରାହୁଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିପାରେ।
କେଏଲ ରାହୁଲ ପ୍ରାୟ ଅଢେଇ ବର୍ଷ ପୂର୍ବେ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ନଭେମ୍ବର ୧୦ରେ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ରେ ସେ ୫ ରନ କରିଥିଲେ। ଏହା ପରଠୁ ସେ ଟି-୨୦ ଦଳରୁ ବାହାରେ ଅଛନ୍ତି। ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡଠୁ ୧୦ ଓ୍ଵିକେଟ୍ରେ ହାରିଥିଲା। ରାହୁଲ ୨୦୨୨ ଟି-୨୦ ବିଶ୍ଵକପ୍ରେ ୬ଟି ମ୍ୟାଚ୍ରେ ମାତ୍ର ୧୨୮ ରନ କରିଥିଲେ।
କେଏଲ ରାହୁଲ ଗତ ୬ ମାସରେ ଦମଦାର ପ୍ରଦର୍ଶନ କରି ଦେଖାଇ ଦେଇଛନ୍ତି ଯେ, ତାଙ୍କ ନିକଟରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ରହିଛି। ରବିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ରାହୁଲ ୬୦ ବଲ୍ରୁ ଶତକ ହାସଲ କରିଥିଲେ। ସେ ୬୫ ବଲରୁ ୧୪ ଚୌକା ଓ ୪ ଛକା ସହ ୧୧୨ ରନ କରିଥିଲେ। ସେ ଦିଲ୍ଲୀ ପକ୍ଷରୁ ୧୧ଟି ମ୍ୟାଚ୍ରେ ୧୪୨.୧୬ ଷ୍ଟ୍ରାଇକ ରେଟ୍ରେ ୪୯୩ ରନ କରିଛନ୍ତି। କେଏଲ ରାହୁଲ ଭାରତ ପକ୍ଷରୁ ୭୨ ମ୍ୟାଚ୍ରୁ ୬୮ଟି ଇନିଂସ ଖେଳି ୩୭.୭୫ ଦମଦାର ହାରରେ ୨୨୬୫ ରନ କରିଛନ୍ତି। ଏଥିରେ ୨ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ।