ସତର୍କ ହୁଅନ୍ତୁ, ଫାଷ୍ଟ ଚାର୍ଜିଂରୁ ବଡ ବିପଦ ! ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି ?

ନୂଆଦିଲ୍ଲୀ ୧୬।୧୧: ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସମୟରେ ଲୋକଙ୍କର ପ୍ରଥମ ପସନ୍ଦ ଫାଷ୍ଟ ଚାର୍ଜିଂ ଫୋନ୍ । କାରଣ ଲୋକଙ୍କୁ ଆବଶ୍ୟକ ୫ ମିନିଟରେ ୧୦୦ ପ୍ରତିଶତ ଫୋନ୍ ଚାର୍ଜ । କିନ୍ତୁ ଜାଣନ୍ତି କି ଏହା କେତେ କ୍ଷତିକାରକ ? ଫାଷ୍ଟ ଚାର୍ଜିଂ ଫୋନର ବ୍ୟାଟେରୀ ପାଇଁ ଆଦୌ ଭଲ ନୁହେଁ । ହାଇସ୍ପିଡ୍ ଚାର୍ଜିଂ ଫୋନ୍, ଟାବଲେଟ୍, ଲାପଟପ୍ ପରି ଉପକରଣକୁ ଶୀଘ୍ର କ୍ଷତି ପହଞ୍ଚାଇପାରେ । ଫୋନ୍ ଚାର୍ଜ କରିବାକୁ ସଠିକ୍ ଚାର୍ଜର ବାଛିବା ଜରୁରୀ। ଫାଷ୍ଟ ଚାର୍ଜିଂ କରିବା ଦ୍ବାରା ଏହା ବ୍ୟାଟେରୀ ଖରାପ କରିଥାଏ । ଏହା ଫୋନକୁ ଗରମ କରିଥାଏ । ଫାଷ୍ଟ ଚାର୍ଜର ଫୋନର ବ୍ୟାଟେରୀ ସାଇକିଲକୁ ପ୍ରଭାବିତ କରେ । ଏହି କାରଣରୁ ଫୋନର ଚାର୍ଜ ଶୀଘ୍ର ଶେଷ ହେବାକୁ ଲାଗେ। ସାଧାରଣତଃ ଫାଷ୍ଟ ଚାର୍ଜିଂ ବିନା ବ୍ୟାଟେରୀ ମୋଟ୍ ୫୦ ହଜାର ଥର ଚାର୍ଜ ହୋଇ ଡିସଚାର୍ଜ ହୁଏ, କିନ୍ତୁ ଫାଷ୍ଟ ଚାର୍ଜିଂ ବ୍ୟାଟେରୀର ସାଇକିଲ ଏହାଠାରୁ କମ୍ । ଫାଷ୍ଟ ଚାର୍ଜିଂରେ ଫୋନ୍କୁ ଶୀଘ୍ର ଗରମ  କରିଥାଏ । ଆଉ ଏହି କାରଣରୁ ଫୋନ୍ ବ୍ଲାଷ୍ଟ ହେବାର ସମ୍ଭାବନା ଅଧିକ। ତେଣୁ ଚାର୍ଜ କରିବା ସମୟରେ ଅବହେଳା ହେତୁ ଏହା ମଧ୍ୟ ହୋଇପାରେ। ତେବେ ଏଥିରୁ ବର୍ତ୍ତବା ପାଇଁ କେବଳ ଆଡାପ୍ଟର ଏବଂ କେବୁଲ ଫୋନର କମ୍ପାନୀ ବ୍ୟବହାର କରନ୍ତୁ।ଅତ୍ୟଧିକ ଚାର୍ଜିଂରୁ ଦୂରେଇ ରୁହନ୍ତୁ, ଫୋନକୁ ୯୯% ରେ ପହଞ୍ଚିବା ପୂର୍ବରୁ ଚାର୍ଜରରୁ ବାହାର କରନ୍ତୁ। ଯଦି ଚାର୍ଜ କରିବ

ସତର୍କ ହୁଅନ୍ତୁ, ଫାଷ୍ଟ ଚାର୍ଜିଂରୁ ବଡ ବିପଦ ! ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି ?

ନୂଆଦିଲ୍ଲୀ ୧୬।୧୧: ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସମୟରେ ଲୋକଙ୍କର ପ୍ରଥମ ପସନ୍ଦ ଫାଷ୍ଟ ଚାର୍ଜିଂ ଫୋନ୍ । କାରଣ ଲୋକଙ୍କୁ ଆବଶ୍ୟକ ୫ ମିନିଟରେ ୧୦୦ ପ୍ରତିଶତ ଫୋନ୍ ଚାର୍ଜ । କିନ୍ତୁ ଜାଣନ୍ତି କି ଏହା କେତେ କ୍ଷତିକାରକ ? 

ଫାଷ୍ଟ ଚାର୍ଜିଂ ଫୋନର ବ୍ୟାଟେରୀ ପାଇଁ ଆଦୌ ଭଲ ନୁହେଁ । ହାଇସ୍ପିଡ୍ ଚାର୍ଜିଂ ଫୋନ୍, ଟାବଲେଟ୍, ଲାପଟପ୍ ପରି ଉପକରଣକୁ ଶୀଘ୍ର କ୍ଷତି ପହଞ୍ଚାଇପାରେ । ଫୋନ୍ ଚାର୍ଜ କରିବାକୁ ସଠିକ୍ ଚାର୍ଜର ବାଛିବା ଜରୁରୀ। ଫାଷ୍ଟ ଚାର୍ଜିଂ କରିବା ଦ୍ବାରା ଏହା ବ୍ୟାଟେରୀ ଖରାପ କରିଥାଏ । ଏହା ଫୋନକୁ ଗରମ କରିଥାଏ । 

ଫାଷ୍ଟ ଚାର୍ଜର ଫୋନର ବ୍ୟାଟେରୀ ସାଇକିଲକୁ ପ୍ରଭାବିତ କରେ । ଏହି କାରଣରୁ ଫୋନର ଚାର୍ଜ ଶୀଘ୍ର ଶେଷ ହେବାକୁ ଲାଗେ। ସାଧାରଣତଃ ଫାଷ୍ଟ ଚାର୍ଜିଂ ବିନା ବ୍ୟାଟେରୀ ମୋଟ୍ ୫୦ ହଜାର ଥର ଚାର୍ଜ ହୋଇ ଡିସଚାର୍ଜ ହୁଏ, କିନ୍ତୁ ଫାଷ୍ଟ ଚାର୍ଜିଂ ବ୍ୟାଟେରୀର ସାଇକିଲ ଏହାଠାରୁ କମ୍ । 

ଫାଷ୍ଟ ଚାର୍ଜିଂରେ ଫୋନ୍କୁ ଶୀଘ୍ର ଗରମ  କରିଥାଏ । ଆଉ ଏହି କାରଣରୁ ଫୋନ୍ ବ୍ଲାଷ୍ଟ ହେବାର ସମ୍ଭାବନା ଅଧିକ। ତେଣୁ ଚାର୍ଜ କରିବା ସମୟରେ ଅବହେଳା ହେତୁ ଏହା ମଧ୍ୟ ହୋଇପାରେ। ତେବେ ଏଥିରୁ ବର୍ତ୍ତବା ପାଇଁ କେବଳ ଆଡାପ୍ଟର ଏବଂ କେବୁଲ ଫୋନର କମ୍ପାନୀ ବ୍ୟବହାର କରନ୍ତୁ।

ଅତ୍ୟଧିକ ଚାର୍ଜିଂରୁ ଦୂରେଇ ରୁହନ୍ତୁ, ଫୋନକୁ ୯୯% ରେ ପହଞ୍ଚିବା ପୂର୍ବରୁ ଚାର୍ଜରରୁ ବାହାର କରନ୍ତୁ। ଯଦି ଚାର୍ଜ କରିବା ସମୟରେ ଫୋନ୍ ଗରମ ହୁଏ, ତୁରନ୍ତ ଏହାକୁ ପ୍ଲଗ୍ ଆଉଟ୍ କରନ୍ତୁ। ଫୋନ୍ ଚାର୍ଜିଂ ପାଇଁ ଦୀର୍ଘ ସମୟ ପାଇଁ ଫାଷ୍ଟ ଚାର୍ଜର ବ୍ୟବହାର କରନ୍ତୁ ନାହିଁ।