ଆସିଗଲା ନୂଆ ଆପ୍, ଏବେ ଅତି ସହଜରେ ଦେଖି ପାରିବେ ପୁରୁଣା ଫିଲ୍ମ

ଗୋଲଡେନ ଏଜ୍‌ର ସିନେମା ଓ ଗୀତଗୁଡ଼ିକ ଆଜି ବି ଦର୍ଶକଙ୍କ ମନରେ ରହିଛି । ବଲିଉଡ୍‌ରେ ଅନେକ ପୁରୁଣା ଫିଲ୍ମ ଅଛି ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ଏବେ ପୁରୁଣା ସିନେମା ଦେଖିବାକୁ ଯୁବପିଢ଼ିମାନେ ଅଧିକ ପସନ୍ଦ କରୁଛନ୍ତି । ଫିଲ୍ମ ସହ ପୁରୁଣା ଗୀତଗୁଡ଼ିକ ମଧ୍ୟ ଖୁବ୍‌ ଟ୍ରେଣ୍ଡରେ ରହିଛି । ଗୁରୁ ଦତ୍ତ, ରାଜ କପୁର, କିଶୋର କୁମାର, ଦେବାନନ୍ଦଙ୍କ ପରି ଏମିତି ଅନେକ କଳାକାର ଅଛନ୍ତି, ଯାହାଙ୍କ […] The post ଆସିଗଲା ନୂଆ ଆପ୍, ଏବେ ଅତି ସହଜରେ ଦେଖି ପାରିବେ ପୁରୁଣା ଫିଲ୍ମ appeared first on KNews Odisha.

ଆସିଗଲା ନୂଆ ଆପ୍, ଏବେ ଅତି ସହଜରେ ଦେଖି ପାରିବେ ପୁରୁଣା ଫିଲ୍ମ
old films

ଗୋଲଡେନ ଏଜ୍‌ର ସିନେମା ଓ ଗୀତଗୁଡ଼ିକ ଆଜି ବି ଦର୍ଶକଙ୍କ ମନରେ ରହିଛି । ବଲିଉଡ୍‌ରେ ଅନେକ ପୁରୁଣା ଫିଲ୍ମ ଅଛି ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ଏବେ ପୁରୁଣା ସିନେମା ଦେଖିବାକୁ ଯୁବପିଢ଼ିମାନେ ଅଧିକ ପସନ୍ଦ କରୁଛନ୍ତି । ଫିଲ୍ମ ସହ ପୁରୁଣା ଗୀତଗୁଡ଼ିକ ମଧ୍ୟ ଖୁବ୍‌ ଟ୍ରେଣ୍ଡରେ ରହିଛି । ଗୁରୁ ଦତ୍ତ, ରାଜ କପୁର, କିଶୋର କୁମାର, ଦେବାନନ୍ଦଙ୍କ ପରି ଏମିତି ଅନେକ କଳାକାର ଅଛନ୍ତି, ଯାହାଙ୍କ ସିନେମାରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ ।

ଆମେ ଏହି ସିନେମା ଦେଖିବା ପାଇଁ OTT ପ୍ଲାଟଫର୍ମରେ ଖୋଜିଥାନ୍ତି । କିନ୍ତୁ ଏହି ଫିଲ୍ମଗୁଡ଼ିକ OTT ପ୍ଲାଟଫର୍ମ ସହଜରେ ମିଳିନଥାଏ । ହେଲେ ଏବେ ଆପଣଙ୍କୁ ଏନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ଲାଟଫର୍ମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ସବୁ ପ୍ରକାର ଫିଲ୍ମ ଅତି ସହଜରେ ମିଳିଯିବ । ତେବେ ଆସନ୍ତୁ ସେହି ପ୍ଲାଟଫର୍ମ ବିଷୟରେ ଜାଣିବା ।

ଅଲଟ୍ରା ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ଗ୍ରୁପ୍‌ ତରଫରୁ ଆଜି ଏକ OTT ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି । ସେହି ପ୍ଲାଟଫର୍ମର ନାମ ହେଉଛି ଅଲଟ୍ରା ପ୍ଲେ । ଅଲଟ୍ରା ପ୍ଲେରେ ଗୁରୁ ଦତ୍ତ, ରାଜ୍‌ କପୁର, ଶକ୍ତି ସାମନ୍ତ, ସୁଭାଷ ଘାଇ, ବିଦୁ ବିନୋଦଙ୍କ ସହ ଆହୁରି ଅନେକ କଳାକାରଙ୍କର ୨୦୦୦ରୁ ଅଧିକ ସିନେମା ରହିଛି । ଏହି ପ୍ଲାଟଫମରେ ୪୦୦୦ରୁ ଅଧିକ ପୁରୁଣା ଗୀତ ମଧ୍ୟ ରହିଛି ।

‘ବାବୁଜୀ ଧୀରେ ଚଲନା’, ‘ରୂପ ତେରା ମସ୍ତାନା’, ‘ଲଗ୍‌ ଯା ଗଲେ’,‘ ‘ଲିଖେ ଜୋ ଖତ୍‌ ତୁଝେ’ ଭଳି ଆହୁରି ଅନେକ ଗୀତ ଏଥିରେ ଶୁଣିବାକୁ ପାଇବେ । ଏହା ସହ ମରାଠୀ, ଗୁଜୁରାତୀ, ଏବଂ ଅନ୍ୟ ଭାଷାର ଗୀତ ମଧ୍ୟ ଏଥିରେ ଉପଲବ୍ଧ ଅଛି । ଏବେ ଆପଣ ଯେବେ ବି ଚାହିଁବେ ନିଜ ମନ ପସନ୍ଦର ଫିଲ୍ମ ଓ ଗୀତ ଏହି ପ୍ଲାଟଫର୍ମରେ ଦେଖିପାରିବେ ।

The post ଆସିଗଲା ନୂଆ ଆପ୍, ଏବେ ଅତି ସହଜରେ ଦେଖି ପାରିବେ ପୁରୁଣା ଫିଲ୍ମ appeared first on KNews Odisha.