ବୋର୍ଡ ଅଫ୍ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ
କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ମିଳୁଛି କି ନାହିଁ, ନିତ୍ୟ ବ୍ୟବହାର ଦ୍ରବ୍ୟ ସାବୁନ, ସର୍ଫ, ତେଲ ଆଦି ମିଳୁଛି କି ନାହିଁ, ରହିବା ଶୋଇବା, ବିଚରାଣାରେ ଓକିଲଙ୍କ ସହାୟତା, ବେଲ […] The post ବୋର୍ଡ ଅଫ୍ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ appeared first on Dharitri Odia News.
କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ମିଳୁଛି କି ନାହିଁ, ନିତ୍ୟ ବ୍ୟବହାର ଦ୍ରବ୍ୟ ସାବୁନ, ସର୍ଫ, ତେଲ ଆଦି ମିଳୁଛି କି ନାହିଁ, ରହିବା ଶୋଇବା, ବିଚରାଣାରେ ଓକିଲଙ୍କ ସହାୟତା, ବେଲ ପରେ ରହିଥିବା ଅନ୍ତେବାସୀଙ୍କ ଘରକୁ ନଜିବା କରଣ, ଉପଯୁକ୍ତ ଚିକିତ୍ସା ସେବା ମିଳୁଛି କି ନାହିଁ, ଖେଳକୁଦ, ଟେଲିଫୋନ ବ୍ୟବସ୍ଥା, ପାଠାଗାର ସୁବିଧା, ବିଶେଷକରି ପରସ୍ପର ମଧ୍ୟରେ ମତପାର୍ଥକ୍ୟ କିଛି ରହୁଛି କି ନାହିଁ ଆଦି ସମ୍ପର୍କରେ ଜଣ ଜଣଙ୍କୁ ପଚାରି ବୁଝିଥିଲେ। ଏଥିରେ କୌଣସି ସମସ୍ୟା ନ ଥିବା ଜଣାପଡ଼ିଥିଲା ପରେ ଏହି ଦଳ ମହିଳା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ, ସେହିଭଳି ଖାଦ୍ୟ ପ୍ରସ୍ତୁତ ସ୍ଥଳ, ଚିକିତ୍ସାଳୟ, ହସ୍ତତନ୍ତ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରଶାଧନ, ଫେବ୍ରିକେଶନ କାର୍ଯ୍ୟ, ଯୋଗଶିକ୍ଷା ସ୍ଥାନ, ପାଠାଗାର ଆଦି ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରି ଫେରିଛନ୍ତି। ଏହି ଦଳ ମଧ୍ୟରେ ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ସୁମନ କୁମାର ଜେନା, ଅତିରିକ୍ତ ଜିଲାପାଳ ଆଲୋମଣି ସେଠୀ, ଜିଲାପାଳଙ୍କ ପ୍ରତିଷ୍ଠାନ ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ପୂଜାହାରୀ, ଏଡିଏ୍ଓ ଶିବ ସାଇ ସ୍ବରୂପ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶୁଭଙ୍କର ବାରିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ମହାନ୍ତ, ଆଇନଜୀବୀ ରମେଶ କୁମାର କହଁର, ସାମାଜିକ କର୍ମୀ ଲଳିତ ମୋହନ ପଟ୍ଟନାୟକ, ଖବରଦାତା ଘନଶ୍ୟାମ ରଥ ଏବଂ ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲା କୃଷି ଅଧିକାରୀ ପ୍ରମୁଖ ଏହି ଦଳରେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜଜ୍ଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶ୍ରୀକାନ୍ତ କୁମାର ଦଣ୍ଡସେନା, ଡାକ୍ତର ପ୍ରିନ୍ସ ପରିଡ଼ା, କାରପାଳ ଲଲାଟେନ୍ଦୁ ଦାଶଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
The post ବୋର୍ଡ ଅଫ୍ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ appeared first on Dharitri Odia News.