ପାଟନା କୋର୍ଟରେ କାନ୍ଦିବାକୁ ଲାଗିଲେ ଆରଜେଡି ବିଧାୟକ ରିତଲାଲ, କହିଲେ-ମୋତେ ଇଛା ମୃତ୍ୟୁ ଦିଆଯାଉ
ପାଟନା ୩୧।୭: ବିହାର ପାଟନାର ଏମପି ଏମଏଲଏ କୋର୍ଟରେ ହାଜିର ହେବା କାଳରେ ଆରଜେଡିର ଦାନାପୁର ବିଧାୟକ ରିତଲାଲ ଯାଦବ କାନ୍ଦି କାନ୍ଦି ଜଜଙ୍କୁ ଇଛାମୃତ୍ୟୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମୋ ଉପରେ ଅନେକଗୁଡିଏ କେସ ଲଦି ଦିଆଯାଇଛି। ଏଠାରେ ମୋ କଥା ଶୁଣିବାକୁ କେହି ନାହିଁ, ଏହି ସବୁ ମାମଲାରେ ମୁଁ ଏବେ ଅସ୍ତବ୍ୟସ୍ତ ମୋତେ ଇଛାମୃତ୍ୟୁ ଦିଆଯାଉ। ବିଧାୟକ ରିତଲାଲ କହିଛନ୍ତି ଯେ ମୋତେ ବେଉର ଜେଲକୁ ଟ୍ରାନ୍ସଫର କରାଯାଉ। ଉଲ୍ଲେଖଯୋଗ୍ୟ ଯେ ରିତ ଲାଲଙ୍କୁ ଭାଗଲପୁରରୁ ପାଟନା ଅଣାଯାଇଛି ଓ ଏଠାରେ ଏମପି ଏମଏଲଏ କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେଉଛି। ତାଙ୍କୁ ମେ ୧ ତାରିଖ ଦିନ ପାଟନାର ବେଉର ଜେଲରୁ ଭାଗଲପୁର କ୍ୟାମ୍ପ ଜେଲକୁ ସିଫ୍ଚ କରାଯାଇଥିଲା। ସେଠାରେ ତାଙ୍କୁ ‘ଟି’ ସେଲ୍ ରେ ରଖା ଯାଇଛି। ଅତୀତରେ ଏହି ସେଲରେ ବାହୁବଳି ଅନନ୍ତ ସିଂହଙ୍କୁ ରଖାଯାଇଥିଲା। ବେଉର ଜେଲରେ ରିତ ଲାଲଙ୍କ ଲୋକେ ଅଲଗା ଅଲଗା ମାମଲାରେ ବନ୍ଦୀ ଅଛନ୍ତି। ବିଲ୍ଡରଙ୍କୁ ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ରୁଜୁ ହୋଇଥିବା ମାମଲାରେ ଦାନାପୁର ବିଧାୟକ ଏପ୍ରିଲ ୧୭ ତାରିଖ ଦିନ କୋର୍ଟରେ ସରେଣ୍ଡର କରିଥିଲେ। ଏହା ପରେ ତାଙ୍କୁ ବେଉର ଜେଲ ପଠାଇ ଦିଆଯାଇଥିଲା। ସେବେଠାରୁ ସେ ସେଠାରେ ଅଛନ୍ତି। ବିଲ୍ଡର କୁମାର ଗୌରବଙ୍କୁ ବିଧାୟକ ୫୦ ଲକ୍ଷ ଟଙ୍କା ପାଇଁ ଧମକାଇଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ପାଟନା ପୋଲିସ ୧୧ ଏପ୍ରିଲ ୨୦୨୫ରେ ରିତ
ପାଟନା ୩୧।୭: ବିହାର ପାଟନାର ଏମପି ଏମଏଲଏ କୋର୍ଟରେ ହାଜିର ହେବା କାଳରେ ଆରଜେଡିର ଦାନାପୁର ବିଧାୟକ ରିତଲାଲ ଯାଦବ କାନ୍ଦି କାନ୍ଦି ଜଜଙ୍କୁ ଇଛାମୃତ୍ୟୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମୋ ଉପରେ ଅନେକଗୁଡିଏ କେସ ଲଦି ଦିଆଯାଇଛି। ଏଠାରେ ମୋ କଥା ଶୁଣିବାକୁ କେହି ନାହିଁ, ଏହି ସବୁ ମାମଲାରେ ମୁଁ ଏବେ ଅସ୍ତବ୍ୟସ୍ତ ମୋତେ ଇଛାମୃତ୍ୟୁ ଦିଆଯାଉ। ବିଧାୟକ ରିତଲାଲ କହିଛନ୍ତି ଯେ ମୋତେ ବେଉର ଜେଲକୁ ଟ୍ରାନ୍ସଫର କରାଯାଉ।
ଉଲ୍ଲେଖଯୋଗ୍ୟ ଯେ ରିତ ଲାଲଙ୍କୁ ଭାଗଲପୁରରୁ ପାଟନା ଅଣାଯାଇଛି ଓ ଏଠାରେ ଏମପି ଏମଏଲଏ କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେଉଛି। ତାଙ୍କୁ ମେ ୧ ତାରିଖ ଦିନ ପାଟନାର ବେଉର ଜେଲରୁ ଭାଗଲପୁର କ୍ୟାମ୍ପ ଜେଲକୁ ସିଫ୍ଚ କରାଯାଇଥିଲା। ସେଠାରେ ତାଙ୍କୁ ‘ଟି’ ସେଲ୍ ରେ ରଖା ଯାଇଛି। ଅତୀତରେ ଏହି ସେଲରେ ବାହୁବଳି ଅନନ୍ତ ସିଂହଙ୍କୁ ରଖାଯାଇଥିଲା।
ବେଉର ଜେଲରେ ରିତ ଲାଲଙ୍କ ଲୋକେ ଅଲଗା ଅଲଗା ମାମଲାରେ ବନ୍ଦୀ ଅଛନ୍ତି। ବିଲ୍ଡରଙ୍କୁ ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ରୁଜୁ ହୋଇଥିବା ମାମଲାରେ ଦାନାପୁର ବିଧାୟକ ଏପ୍ରିଲ ୧୭ ତାରିଖ ଦିନ କୋର୍ଟରେ ସରେଣ୍ଡର କରିଥିଲେ। ଏହା ପରେ ତାଙ୍କୁ ବେଉର ଜେଲ ପଠାଇ ଦିଆଯାଇଥିଲା। ସେବେଠାରୁ ସେ ସେଠାରେ ଅଛନ୍ତି। ବିଲ୍ଡର କୁମାର ଗୌରବଙ୍କୁ ବିଧାୟକ ୫୦ ଲକ୍ଷ ଟଙ୍କା ପାଇଁ ଧମକାଇଥିବାର ଅଭିଯୋଗ ହୋଇଥିଲା।
ଏହି ମାମଲାରେ ପାଟନା ପୋଲିସ ୧୧ ଏପ୍ରିଲ ୨୦୨୫ରେ ରିତ ଲାଲଙ୍କ ୧୧ଟି ଆଡ୍ଡା ଉପରେ ଚଡଉ କରିଥିଲା। ଏହି ଚଢଉ କାଳରେ ନଗଦ ୧୦ଲକ୍ଷ ୫୦ ହଜାର ଟଙ୍କା, ୭୭ଲକ୍ଷ ଟଙ୍କାର ବ୍ଲାଙ୍କ ଚେକ୍, ୪ଟି ପେନଡ୍ରାଇଭ ଓ ଜମିଜମା ସମ୍ପର୍କିତ ଅନେକ ସନ୍ଦିଗ୍ଧ କାଗଜପତ୍ର ଜବତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବାହୁବଳି ଛବି ରଖୁଥିବା ରିତଲାଲ ଯାଦବଙ୍କଉପରେ ବିଜେପି ନେତା ସତ୍ୟନାରାୟଣ ସିଂହଙ୍କ ହତ୍ୟା ଅଭିଯୋଗ ମଧ୍ୟ ରହିଛି।