୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କୃତ ହେଲେ ପ୍ରଣବ କୁମାର ଆଏଚ
ଯାଜପୁର ରୋଡ଼ : ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ପ୍ରଣବ କୁମାର ଆଏଚ । ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ପ୍ରଣବ କୁମାର ଆଏଚ। ତାଙ୍କର ଦୁଇ ଡକ୍ୟୁମେଣ୍ଟାରୀ ଫିଲ୍ମ ମନାୟୁ – ମାଇଁ ୱାଟରଲ୍ୟାଣ୍ଡକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପୁରସ୍କାର ମିଳିଥିବା ବେଳେ ଟର୍ଚ୍ଚ ପାଇଁ ଶ୍ରେଷ୍ଠ ଜୁରି ପୁରସ୍କାର ହାସଲ କରିଛନ୍ତି । ମନାୟୁ ମାଇଁ ୱାଟରଲ୍ୟାଣ୍ଡ ଫିଲ୍ମ କଳାହାଣ୍ଡି ଜିଲାର ମାଓ ପ୍ରବଣ ଦୁର୍ଗମ ଅଞ୍ଚଳ ମୁସାନାଲର ଦହନି ପର୍ବତରେ […] The post ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କୃତ ହେଲେ ପ୍ରଣବ କୁମାର ଆଏଚ appeared first on KNews Odisha.

ଯାଜପୁର ରୋଡ଼ : ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ପ୍ରଣବ କୁମାର ଆଏଚ । ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ପ୍ରଣବ କୁମାର ଆଏଚ। ତାଙ୍କର ଦୁଇ ଡକ୍ୟୁମେଣ୍ଟାରୀ ଫିଲ୍ମ ମନାୟୁ – ମାଇଁ ୱାଟରଲ୍ୟାଣ୍ଡକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପୁରସ୍କାର ମିଳିଥିବା ବେଳେ ଟର୍ଚ୍ଚ ପାଇଁ ଶ୍ରେଷ୍ଠ ଜୁରି ପୁରସ୍କାର ହାସଲ କରିଛନ୍ତି ।
ମନାୟୁ ମାଇଁ ୱାଟରଲ୍ୟାଣ୍ଡ ଫିଲ୍ମ କଳାହାଣ୍ଡି ଜିଲାର ମାଓ ପ୍ରବଣ ଦୁର୍ଗମ ଅଞ୍ଚଳ ମୁସାନାଲର ଦହନି ପର୍ବତରେ ଆଦିବାସୀ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଜଣେ ଶିକ୍ଷକଙ୍କ ଜୀବନ ଉପରେ ଆଧାରିତ। ଟର୍ଚ୍ଚ ଚଳଚ୍ଚିତ୍ରଟି ପୁରୀ ଜିଲା କୋଣାର୍କ ଅଞ୍ଚଳର ଜଣେ ଶାରୀରିକ ଅକ୍ଷମ ଯୁବକଙ୍କ ଉପରେ ଆଧାରିତ। ଚଳଚ୍ଚିତ୍ର ନିର୍ମାତା ଭାବେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରିବା ପରେ ତାଙ୍କୁ ପ୍ରଥମଥର ରାଜ୍ୟ ସରକାର ପୁରସ୍କୃତ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ସମ୍ମାନ ଆଗକୁ ବଢିବା ପାଇଁ ଉତ୍ସାହ ଯୋଗାଇବ ବୋଲି ପ୍ରଣବ କହିଛନ୍ତି।
The post ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କୃତ ହେଲେ ପ୍ରଣବ କୁମାର ଆଏଚ appeared first on KNews Odisha.