ପୁଅର ଅଙ୍ଗଦାନ କରି ମହାନ କାର୍ଯ୍ୟ କଲେ ପରିବାର ଲୋକେ, ବଞ୍ଚାଇଲେ ୩ ଜୀବନ

ଭୁବନେଶ୍ବର : ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ । ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ । ୪ ଦିନ ତଳେ ଭୁବନେଶ୍ବର ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍‍ ଦୁର୍ଘଟଣାର ଶିକାର ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ  । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା  ।  ପରେ ମନୋଜଙ୍କ ବାପା କୈଳାସ ଓ ଅନ୍ୟ […] The post ପୁଅର ଅଙ୍ଗଦାନ କରି ମହାନ କାର୍ଯ୍ୟ କଲେ ପରିବାର ଲୋକେ, ବଞ୍ଚାଇଲେ ୩ ଜୀବନ appeared first on KNews Odisha.

ପୁଅର ଅଙ୍ଗଦାନ କରି ମହାନ କାର୍ଯ୍ୟ କଲେ ପରିବାର ଲୋକେ, ବଞ୍ଚାଇଲେ ୩ ଜୀବନ
organs

ଭୁବନେଶ୍ବର : ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ । ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ । ୪ ଦିନ ତଳେ ଭୁବନେଶ୍ବର ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍‍ ଦୁର୍ଘଟଣାର ଶିକାର ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ  । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା  ।  ପରେ ମନୋଜଙ୍କ ବାପା କୈଳାସ ଓ ଅନ୍ୟ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ କିମ୍‍ସରେ ।

ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମନୋଜଙ୍କ ବ୍ରେନଡେଡ୍‍ ହୋଇଯାଇଥିବା ଜଣାପଡ଼ିଥିଲା ।  ପୁଅର ବ୍ରେନଡେଡ୍‍ ହୋଇଯାଇଥିବା ଜାଣି ବାପା କୈଳାସ ଭାଙ୍ଗି ପଡ଼ିଥିଲେ । ସେ ଜାଣିଥିଲେ ତାଙ୍କ ପୁଅ ଆଉ ବଞ୍ଚିବ ନାହିଁ । କିନ୍ତୁ ସେ ଏହି ପରିସ୍ଥିତିରେ ଏକ କଠିନ ନିଷ୍ପତ୍ତି ନେଇଥିଲେ । ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ । କୈଳାସ ଗାଡ଼ି ଚଳାଇ ପ୍ରତିପୋଷଣ କରନ୍ତି । ପୁଅ ମନୋଜ ମଧ୍ୟ ପଟିଆ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ ।

ଏ ବିଷୟରେ ସେ କିମ୍‍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିମ୍‍ସ ପକ୍ଷରୁ କୈଳାସଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆବଶ୍ୟକ ପଦକ୍ଷେପ ଓ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କିମ୍‍ସର ମେଡ଼ିକାଲ ଅଧୀକ୍ଷକ ଡା. ଆର. ସି ଦାସ କୈଳାସଙ୍କୁ ସାଧୁବାଦ ଜଣାଇଛନ୍ତି । ସରକାରୀ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକ୍ରିୟା କରାଯିବ ବୋଲି ଡା. ଦାସ କହିଛନ୍ତି । ଅପରପକ୍ଷରେ କୈଳାସ ନିଜ ପୁଅର ଅଙ୍ଗଦାନ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଥିବାରୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କୈଳାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । କୈଳାସଙ୍କ ଏହି ନିଷ୍ପତ୍ତି ଅନ୍ୟମାନଙ୍କଠାରେ ତାଙ୍କୁ ମହାନ କରି ତୋଳିଛି ।

 

The post ପୁଅର ଅଙ୍ଗଦାନ କରି ମହାନ କାର୍ଯ୍ୟ କଲେ ପରିବାର ଲୋକେ, ବଞ୍ଚାଇଲେ ୩ ଜୀବନ appeared first on KNews Odisha.