ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା
ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ ବୁଲେଟ୍ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦ୍ୱୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାମା ମାଡ଼ରେ ଗାଡ଼ିର ପଛ ସିଟ୍ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ […] The post ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା appeared first on Dharitri Odia News.
ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ ବୁଲେଟ୍ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦ୍ୱୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାମା ମାଡ଼ରେ ଗାଡ଼ିର ପଛ ସିଟ୍ ନଷ୍ଟ ହୋଇଯାଇଛି।
ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ସମ୍ବଲପୁର ଏସ୍ପି, ଉତ୍ତରାଞ୍ଚଳ ପୋଲିସ ଆଇଜି ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ କିଏ ଓ କାହିଁକି ବୋମା ମାଡ଼ କରିଛନ୍ତି ତାହା ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
The post ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା appeared first on Dharitri Odia News.