ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ
ବଲାଙ୍ଗୀର/ତରଭା,୧୯ା୧(ବୀରେନ୍ଦ୍ର କୁମାର ଝାଙ୍କର/ମାନଭଞ୍ଜନ ମିଶ୍ର): ଜିଲା ତରଭା ଥାନା ସିଲାଟିମୁଣ୍ଡା ଗାଁର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ଖାଦ୍ୟରେ ବିଷ ମିଶାଇ ଖୁଆଇ ଦେବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଛାତ୍ର ଆୟୁଷ ବାଘ(୧୦)ଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏମ୍ସିଏଚ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ରାଜନୈତିକ ଶତ୍ରୁତାରୁ ପୁଅକୁ ବିଷ ଖୁଆଇ ମାରିଦେବାକୁ ଉଦ୍ୟମ କରାଯାଇଥିବା […] The post ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ appeared first on Dharitri Odia News.
ବଲାଙ୍ଗୀର/ତରଭା,୧୯ା୧(ବୀରେନ୍ଦ୍ର କୁମାର ଝାଙ୍କର/ମାନଭଞ୍ଜନ ମିଶ୍ର): ଜିଲା ତରଭା ଥାନା ସିଲାଟିମୁଣ୍ଡା ଗାଁର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ଖାଦ୍ୟରେ ବିଷ ମିଶାଇ ଖୁଆଇ ଦେବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଛାତ୍ର ଆୟୁଷ ବାଘ(୧୦)ଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏମ୍ସିଏଚ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ରାଜନୈତିକ ଶତ୍ରୁତାରୁ ପୁଅକୁ ବିଷ ଖୁଆଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଆୟୁଷଙ୍କ ବାପା ଲମ୍ବୋଦର ବାଘ ତରଭା ଥାନାରେ ଅଭିଯୋଗ କରିଛନ୍ତି। ଲମ୍ବୋଦରଙ୍କ ଅଭିଯୋଗ ମୁତାବକ, ଗୁରୁବାର ସିଲାଟିମୁଣ୍ଡା ଗାଁ ସ୍କୁଲକୁ ଆୟୁଷ ପଢ଼ିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମୟିକ ବିରତିରେ ସ୍କୁଲରୁ ବାହାରିଥିବା ଆୟୁଷଙ୍କୁ ସେହି ଗାଁର ଜଣେ ଯୁବକ ଡାକି ପାନମୁହୂରି ଓ ବିସ୍କୁଟ ଖାଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ଛାତ୍ର ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପରେ ଛାତ୍ରଙ୍କ ବାନ୍ତି ହୋଇଥିଲା ଓ ଚେତା ଫେରିଥିଲା। ଗାଁର ଜଣେ ଯୁବକ ତାଙ୍କୁ ପାନମୁହୁରି ଏବଂ ବିସ୍କୁଟରେ କିଛି ମିଶାଇ ଖୁଆଇବା ପରେ ତାଙ୍କ ଅବସ୍ଥା ବିଗିଡିଥିବା କହିଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଲମ୍ବୋଦରଙ୍କ ସହ ସମ୍ପୃକ୍ତ ଯୁବକଙ୍କର କୁଆଡେ ଝଗଡା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେ ବିରୋଧ କରିଆସୁଥିଲେ ଏବଂ ଶେଷରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଏକମାତ୍ର ପୁଅକୁ ବିଷ ଖୁଆଇ ମାରିଦେବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି।
The post ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ appeared first on Dharitri Odia News.