ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ସଦର ଗାଁ ହୀରାପୁର ଓ ବାରଡୋଲ ଗ୍ରାମବାସୀ ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ରେଲୱେ ଅଣ୍ଡର ଗାଉଣ୍ଡ ବ୍ରିଜ ବଦଳରେ ଉଭର ବ୍ରିଜ ଦାବି କରି ଆଜି ଭୋଟ ବର୍ଜନ କରିଛନ୍ତି। ପୋଲିସ ପ୍ରଶାସନ ଓ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ, ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ପ୍ରମୁଖ ଆନ୍ଦୋଳନ। ସ୍ଥଳକୁ ଆସି ଆଲୋଚନା କରି […] The post ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ appeared first on Dharitri Odia News.

ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ସଦର ଗାଁ ହୀରାପୁର ଓ ବାରଡୋଲ ଗ୍ରାମବାସୀ ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ରେଲୱେ ଅଣ୍ଡର ଗାଉଣ୍ଡ ବ୍ରିଜ ବଦଳରେ ଉଭର ବ୍ରିଜ ଦାବି କରି ଆଜି ଭୋଟ ବର୍ଜନ କରିଛନ୍ତି। ପୋଲିସ ପ୍ରଶାସନ ଓ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ, ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ପ୍ରମୁଖ ଆନ୍ଦୋଳନ। ସ୍ଥଳକୁ ଆସି ଆଲୋଚନା କରି ଗଣତନ୍ତ୍ର ମହାପର୍ବ ସାମିଲ ହେବାକୁ ଅନୁରୋଧ କରିଥିଲେ। ହେଲେ ଉଭୟ ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି।
ସୂଚନା ଅନୁଯାୟୀ ହୀରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୬୪ ନଂ ବୁଥ କରାଯାଇଛି । ଏଠାରେ ଉଭୟ ଗ୍ରାମର ୧୩୫୮ ମତଦାତା ମତଦାନ କରିଥାନ୍ତେ। ହେଲେ ପୂର୍ବାହ୍ନ ୧୦ ଟା ସୁଦ୍ଧା କେହି ଜଣେ ମଧ୍ୟ ବୁଥକୁ ଆସି ମତଦାନ କରିନାହାନ୍ତି। ପୋଲିଂ ଅଧିକାରୀ ମତଦାନ ପାଇଁ ଭୋଟର ଅପେକ୍ଷା ରେ ରହିଛନ୍ତି।

The post ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ appeared first on Dharitri Odia News.