ଆମେ କ୍ଷମତାକୁ ଆସିଲେ ରଦ୍ଦ କରିଦେବୁ ଦୁର୍ନୀତି ବିରୋଧୀ ପିଏମଏଲଏ ଆଇନ…

ନୂଆଦିଲ୍ଲୀ,୧୧।୨ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଘୋଷଣା କରିଛନ୍ତି ଯଦି ଆମ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ଜିତେ ତେବେ ଆମେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)କୁ ରଦ୍ଦ କରିବେ ଏବଂ ଦୁର୍ନୀତି ନିବାରଣ ଆଇନ ପ୍ରଣୟନ କରିବେ। ତାଙ୍କର ପୁସ୍ତକ “ୱାଟରହେଡ ଇୟର: ହ୍ବାଟ ଓ୍ବେ ଓ୍ବିଲ ଇଣ୍ଡିଆ ଗୋ” କୋଲକାତା ସାହିତ୍ୟ ମହୋତ୍ସବରେ ଏକ ଆଲୋଚନା ସମୟରେ ଚିଦାମ୍ବରମ ପିଏମଏଲଏକୁ ବଦଳାଇବାକୁ ଇଚ୍ଛା ପ୍ରକାଶ କରି କହିଥିଲେ ଏହା ଚାପରେ ଲାଗୁ […] The post ଆମେ କ୍ଷମତାକୁ ଆସିଲେ ରଦ୍ଦ କରିଦେବୁ ଦୁର୍ନୀତି ବିରୋଧୀ ପିଏମଏଲଏ ଆଇନ… appeared first on Dharitri Odia News.

ଆମେ କ୍ଷମତାକୁ ଆସିଲେ ରଦ୍ଦ କରିଦେବୁ ଦୁର୍ନୀତି ବିରୋଧୀ ପିଏମଏଲଏ ଆଇନ…

ନୂଆଦିଲ୍ଲୀ,୧୧।୨ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଘୋଷଣା କରିଛନ୍ତି ଯଦି ଆମ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ଜିତେ ତେବେ ଆମେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)କୁ ରଦ୍ଦ କରିବେ ଏବଂ ଦୁର୍ନୀତି ନିବାରଣ ଆଇନ ପ୍ରଣୟନ କରିବେ। ତାଙ୍କର ପୁସ୍ତକ “ୱାଟରହେଡ ଇୟର: ହ୍ବାଟ ଓ୍ବେ ଓ୍ବିଲ ଇଣ୍ଡିଆ ଗୋ” କୋଲକାତା ସାହିତ୍ୟ ମହୋତ୍ସବରେ ଏକ ଆଲୋଚନା ସମୟରେ ଚିଦାମ୍ବରମ ପିଏମଏଲଏକୁ ବଦଳାଇବାକୁ ଇଚ୍ଛା ପ୍ରକାଶ କରି କହିଥିଲେ ଏହା ଚାପରେ ଲାଗୁ ହୋଇଛି ଏବଂ ୨୦୦୨ରେ ସଂସଦରେ ପାରିତ ହୋଇଛି। ତେବେ ଏହା ସ୍ବେଚ୍ଛାକୃତ ଭାବରେ ନୁହେଁ।

ଚିଦାମ୍ବରମ ସ୍ପଷ୍ଟ କରିଛନ୍ତି, “ଆମେ ସ୍ବେଚ୍ଛାକୃତ ଭାବରେ ପିଏମଏଲଏ କାର୍ଯ୍ୟକାରୀ କରିନାହୁଁ। ଯେତେବେଳେ ଏହା ୨୦୦୨ରେ ପାରିତ ହେଲା, ସେତେବେଳେ ଆମକୁ ଆଇନ ବିଷୟରେ ଜଣାଇବାକୁ ଚାପ ଦିଆଗଲା। ଆମେ ଦୁଇଟି ସଂଶୋଧନ କରିଥିଲୁ। ତେବେ ଏହାକୁ ଏବେ ଭାଜପା ସରକାର ଅପବ୍ୟବହାର କରୁଛନ୍ତି।

ଯଦି ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଜିତେ ତେବେ ଆଞ୍ଚଳିକ ଦଳଗୁଡିକ ପାଇଁ ଏକ ସଙ୍କଟ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଜିତେ, ତେବେ ରାଜ୍ୟ ଦଳଗୁଡିକ ଏକ ସଙ୍କଟର ସମ୍ମୁଖୀନ ହେବେ। ମୁଁ ଆଶା କରୁଛି ସେମାନେ ଏହା ହୃଦୟଙ୍ଗମ କରିବେ।

The post ଆମେ କ୍ଷମତାକୁ ଆସିଲେ ରଦ୍ଦ କରିଦେବୁ ଦୁର୍ନୀତି ବିରୋଧୀ ପିଏମଏଲଏ ଆଇନ… appeared first on Dharitri Odia News.