କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା

କଟକ : କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା। ମିନି ବାଲିଯାତ୍ରା ଭାବରେ ପରିଚିତ ଏହି ମେଳା ୨୦ ବର୍ଷରେ ପଦାର୍ପଣ କରିଛି । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୨୨ଟି ରାଜ୍ୟରୁ ବ୍ୟବସାୟୀ ଏହି ମେଳାରେ ଅଂଶଗ୍ରହଣ କରିଥିବା ବେଳେ ୧୦ଟି ଦେଶ ମଧ୍ୟ ଅଂଶଗ୍ରହଣ କରିଥିବା ଆୟୋଜକ ସୂଚନା ଦେଇଛନ୍ତି। ମୋଟ ୫୭୦ଟି ଷ୍ଟଲ ଏହି ମେଳାରେ ଦେଖିବାକୁ ମିଳିଛି। […] The post କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା appeared first on KNews Odisha.

କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା
ctc

କଟକ : କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା। ମିନି ବାଲିଯାତ୍ରା ଭାବରେ ପରିଚିତ ଏହି ମେଳା ୨୦ ବର୍ଷରେ ପଦାର୍ପଣ କରିଛି । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୨୨ଟି ରାଜ୍ୟରୁ ବ୍ୟବସାୟୀ ଏହି ମେଳାରେ ଅଂଶଗ୍ରହଣ କରିଥିବା ବେଳେ ୧୦ଟି ଦେଶ ମଧ୍ୟ ଅଂଶଗ୍ରହଣ କରିଥିବା ଆୟୋଜକ ସୂଚନା ଦେଇଛନ୍ତି। ମୋଟ ୫୭୦ଟି ଷ୍ଟଲ ଏହି ମେଳାରେ ଦେଖିବାକୁ ମିଳିଛି। ଫୁଡ଼ କୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ସାମଗ୍ରୀ, ଦୋଳି,କର୍ପୋରେଟ ଷ୍ଟଲ ଦେଖିବାକୁ ମିଳିଛି ଏହି ମେଳାରେ। ଉଦଘାଟନୀ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ସିଏମସି ମେୟର ସୁବାସ ସିଂହ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

The post କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା appeared first on KNews Odisha.