ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଜାରି, କେଜ୍ରିୱାଲ ଓ ଆତଶୀ ପଛୁଆ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭୋଟ୍ ଗଣତି ପ୍ରାରମ୍ଭରୁ ବିଜେପି ଆଗୁଆ ରହିଛି । ବିଜେପି ୪୨ ଏବଂ ଆପ୍ ୨୮ ଭୋଟ୍ ବ୍ୟବଧାନରେ ଲିଡ୍ କରଥିବା ବେଳେ କଂଗ୍ରେସ ଶୂନ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ନୂଆଦିଲ୍ଲୀ ଆସନରେ କେଜରିୱାଲ ୩୪୩ ଭୋଟରେ ଆଗୁଆ ରହିଛନ୍ତି । ବିଜେପିର ପରଭେଶ […] The post ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଜାରି, କେଜ୍ରିୱାଲ ଓ ଆତଶୀ ପଛୁଆ appeared first on KNews Odisha.

ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଜାରି, କେଜ୍ରିୱାଲ ଓ ଆତଶୀ ପଛୁଆ
kejriwal

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭୋଟ୍ ଗଣତି ପ୍ରାରମ୍ଭରୁ ବିଜେପି ଆଗୁଆ ରହିଛି । ବିଜେପି ୪୨ ଏବଂ ଆପ୍ ୨୮ ଭୋଟ୍ ବ୍ୟବଧାନରେ ଲିଡ୍ କରଥିବା ବେଳେ କଂଗ୍ରେସ ଶୂନ ରହିଛି ।

ତୃତୀୟ ରାଉଣ୍ଡ ସୁଦ୍ଧା ନୂଆଦିଲ୍ଲୀ ଆସନରେ କେଜରିୱାଲ ୩୪୩ ଭୋଟରେ ଆଗୁଆ ରହିଛନ୍ତି । ବିଜେପିର ପରଭେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦିକ୍ଷିତ ପଛୁଆ ଅଛନ୍ତି । ଏହି ସିଟ୍ ଦିଲ୍ଲୀ ପାଇଁ ବହୁତ ଶୁଭ ।

ଏହି ସିଟରେ କେଜ୍ରିୱାଲଙ୍କୁ କଡ଼ା ଟକ୍କର ମିଳିଛି । ୮ ରାଉଣ୍ଡ ପରେ ଅରବିନ୍ଦ କେଜ୍ରିୱାଲ ୪୪୫ ଭୋଟରେ ପଛୁଆ ରହିଛନ୍ତି । ବିଜେପିର ପ୍ରବେଶ ବର୍ମା ଆଗୁଆ ରହିଛନ୍ତି । ଆପର ମନୀଷ ସିସୋଦିଆ ଜଙ୍ଗପୁରା ଆସନରୁ ୨୩୦୦ ଭୋଟରେ ଆଗୁଆ ଅଛନ୍ତି ।

କାଲକାଜୀ ଆସନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ବିଜେପିର ରମେଶ ବିଦୁଡ଼ିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହି ଆସନରେ ପଛରେ ଅଛନ୍ତି ଆତିଶୀ । ତୃତୀୟ ରାଉଣ୍ଡ ସୁଦ୍ଧା ରମେଶ ବିଦୁଡ଼ି ୧୦୩୯ ଭୋଟରେ ଆଗୁଆ ଅଛନ୍ତି ।

୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ।

Also Read : ଦିଲ୍ଲୀରେ କିଏ ଗଢିବ ସରକାର ? କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି

The post ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଜାରି, କେଜ୍ରିୱାଲ ଓ ଆତଶୀ ପଛୁଆ appeared first on KNews Odisha.