‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ପ୍ରସ୍ତାବକୁ ମଞ୍ଜୁରୀ ଦେଲା ମହାରାଷ୍ଟ୍ର କ୍ୟାବିନେଟ
ମୁମ୍ବାଇ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବୈଠକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିସହ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି, ଯେଉଁଥିରେ ରତନ ଟାଟାଙ୍କୁ ତାଙ୍କର ଉପଲବ୍ଧି ଉପରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି କେନ୍ଦ୍ରକୁ ଅନୁରୋଧ କରାଯାଇଛି। ରତନ […] The post ‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ପ୍ରସ୍ତାବକୁ ମଞ୍ଜୁରୀ ଦେଲା ମହାରାଷ୍ଟ୍ର କ୍ୟାବିନେଟ appeared first on Dharitri Odia News.
ମୁମ୍ବାଇ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବୈଠକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିସହ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି, ଯେଉଁଥିରେ ରତନ ଟାଟାଙ୍କୁ ତାଙ୍କର ଉପଲବ୍ଧି ଉପରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି କେନ୍ଦ୍ରକୁ ଅନୁରୋଧ କରାଯାଇଛି।
ରତନ ଟାଟାଙ୍କ ଦେହାନ୍ତ ହେତୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ସିଏମ ଏକନାଥ ଶିନ୍ଦେ ରତନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ରତନ ଟାଟାଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରାଯାଇଛି। ଏହିସମୟରେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକର ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବ।
The post ‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ପ୍ରସ୍ତାବକୁ ମଞ୍ଜୁରୀ ଦେଲା ମହାରାଷ୍ଟ୍ର କ୍ୟାବିନେଟ appeared first on Dharitri Odia News.