ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ…

ପଟ୍ଟାମୁଣ୍ଡାଇ,୩୦।୧(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ପ୍ରେମିକ ସହିତ ବିବାହ କରିବାକୁ ଥିବା ଯୁବତୀଙ୍କୁ ପ୍ରେମିକା ବିଷ ଦେଇଦେଇଛନ୍ତି। ତେବେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗାଁର କୈଫତ ଅଲ୍ଲୀଙ୍କ ଝିଅଙ୍କ ପଟ୍ଟାମୁଣ୍ଡାଇ ଅଞ୍ଚଳର ଏସକେ ସାହିଲ ସହିତ ବିଭାଘର ଠିକ୍‌ ହୋଇଥିଲା । ଗୁରୁବାର ନିର୍ବନ୍ଧ ଥିଲା। ଅପରାହ୍ନରେ ନିର୍ବନ୍ଧ […] The post ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ… appeared first on Dharitri Odia News.

ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ…

ପଟ୍ଟାମୁଣ୍ଡାଇ,୩୦।୧(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ପ୍ରେମିକ ସହିତ ବିବାହ କରିବାକୁ ଥିବା ଯୁବତୀଙ୍କୁ ପ୍ରେମିକା ବିଷ ଦେଇଦେଇଛନ୍ତି। ତେବେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗାଁର କୈଫତ ଅଲ୍ଲୀଙ୍କ ଝିଅଙ୍କ ପଟ୍ଟାମୁଣ୍ଡାଇ ଅଞ୍ଚଳର ଏସକେ ସାହିଲ ସହିତ ବିଭାଘର ଠିକ୍‌ ହୋଇଥିଲା । ଗୁରୁବାର ନିର୍ବନ୍ଧ ଥିଲା। ଅପରାହ୍ନରେ ନିର୍ବନ୍ଧ ଥାଳି ନେଇ ଯୁବତୀଙ୍କ ମା’ ବାପା ପୁଅର ଘରକୁ ଯାଇଥିବା ବେଳେ ଯୁବତୀ ଏକୁଟିଆ ଘରେ ଥିଲେ। ଏହାର ସୁଯୋଗ ନେଇ ଯୁବକଙ୍କ ସହିତ ଆଗରୁ ସମ୍ପର୍କରେ ଥିବା ପ୍ରେମିକା ଯୁବତୀଙ୍କ ଘରେ ପହଞ୍ଚି ଏକ ଥଣ୍ଡା ବୋତଲରେ କୀଟନାଶକ ମିଶାଇ ଯୁବତୀଙ୍କୁ ଜବରଦସ୍ତି ପିଆଇଦେଇଥିଲେ। ଯୁବତୀଙ୍କ ଅବସ୍ଥା ଖରାପ ହେବାରୁ ପାଖ ପଡୋଶୀ ଦେଖି ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ସବଡିଭିଜିନାଲ ସ୍ବାସ୍ଥ୍ୟ କେନ୍ଦ୍ର କରିଥିଲେ। ପରେ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀମାନେ ସମ୍ପୃକ୍ତ ଯୁବତୀକୁ ଅଟକ ରଖିବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

 

The post ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ… appeared first on Dharitri Odia News.