୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା,୧୩ା୯(ଉତ୍ତମ କୁମାର ଦାଶ):ଅକ୍ଟୋବର ୧୧ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବ ପାଳନ ପାଇଁ ଗୁରୁବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେଥିପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଏମ୍‌ପି ମାଳବିକା କେଶରୀ ଦେବୀ ଯୋଗଦେଇ ମା’ […] The post ୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା appeared first on Dharitri Odia News.

୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା,୧୩ା୯(ଉତ୍ତମ କୁମାର ଦାଶ):ଅକ୍ଟୋବର ୧୧ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବ ପାଳନ ପାଇଁ ଗୁରୁବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେଥିପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବୈଠକରେ ଏମ୍‌ପି ମାଳବିକା କେଶରୀ ଦେବୀ ଯୋଗଦେଇ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଭାଇଚାରା ସମ୍ପର୍କ ରଖି ସମସ୍ତେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୧୧ରେ ଛତର ଯାତ୍ରା ଅନୁଷ୍ଠିତ ହେବ ଓ ୧୨ରେ ବିଜୟା ଦଶମୀ ଉପଲକ୍ଷେ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଲାଖ ବିନ୍ଧା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ରାତିରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ୧୧ରେ ଜେନାଖାଲଠାରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ତଥା ଜିଲା ପ୍ରଶାସନ, ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛତର ଯାତ୍ରା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁ କିପରି ମା’ଙ୍କ ଦର୍ଶନ କରିପାରିବେ ଓ ଠିକ୍‌ ସମୟରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚତ୍ବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସହରରେ ରାସ୍ତା ମରାମତି, ପାନୀୟ ଜଳ ସୁବିଧା, ବିଦ୍ୟୁତ୍‌ ସରବରାହ, ସ୍ବାସ୍ଥ୍ୟସେବା, ରାସ୍ତାଘାଟ ସଫାସୁତୁରା, ଅବକାରୀ ବିଭାଗ ଦ୍ୱାରା ମଦ ଦୋକାନ ବନ୍ଦ ରଖିବା, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ର ଖୋଲାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲାପାଳ (ରାଜସ୍ବ) ତ୍ରିଲୋଚନ ପାତ୍ର, ଧର୍ମଗଡ଼ ଉପଜିଲାପାଳ ଧିମାନ ଚକମା, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ ନାଏକ, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟସମ୍ପର୍ଣ୍ଣା ରାଉତ, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡେପୁଟି କଲେକ୍ଟର ମମତା ଦାସଙ୍କ ସମେତ ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

The post ୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା appeared first on Dharitri Odia News.