୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି: ରାଜ୍ୟପାଳ

ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭହ ହୋଇଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ କହିଛନ୍ତି। ଆସନ୍ତା ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣରେ କହିଛନ୍ତି। ଏହି କ୍ରମରେ ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ନିରପେକ୍ଷ ଓ […] The post ୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି: ରାଜ୍ୟପାଳ appeared first on Dharitri Odia News.

୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି: ରାଜ୍ୟପାଳ

ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭହ ହୋଇଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ କହିଛନ୍ତି।

ଆସନ୍ତା ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣରେ କହିଛନ୍ତି। ଏହି କ୍ରମରେ ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ନିରପେକ୍ଷ ଓ ସ୍ବଚ୍ଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ ହେବ।

ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଜିଲା ମେଡିକାଲ୍‌ରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ କରିବେ ସରକାର। ବ୍ଲକ ମାନଙ୍କରେ ଥିବା ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ସିଏଚ୍‌ସିରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ୍‌ ରହିବ।

ସେହିପରି ଆଗାମୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦେବ ଏବଂ ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ରାଜ୍ୟପାଳ କହିଛନ୍ତି।

The post ୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି: ରାଜ୍ୟପାଳ appeared first on Dharitri Odia News.