ରାତିଅଧରେ ମୃତ ସୌମ୍ୟାଶ୍ରୀଙ୍କୁ କେମିତି ନିଆଯାଉଥିଲା, ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର,୧୫।୭: ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ ଗେଟ ଦେଇ ବାହାରକୁ ନିଆଯିବାବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବନେତାମାନେ ଆମ୍ବୁଲାନ୍ସ ସମ୍ମୁଖରେ ଶୋଇ […] The post ରାତିଅଧରେ ମୃତ ସୌମ୍ୟାଶ୍ରୀଙ୍କୁ କେମିତି ନିଆଯାଉଥିଲା, ଦେଖନ୍ତୁ ଭାଇରାଲ ଭିଡିଓ appeared first on Dharitri Odia News.

ରାତିଅଧରେ ମୃତ ସୌମ୍ୟାଶ୍ରୀଙ୍କୁ କେମିତି ନିଆଯାଉଥିଲା, ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର,୧୫।୭: ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ ଗେଟ ଦେଇ ବାହାରକୁ ନିଆଯିବାବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବନେତାମାନେ ଆମ୍ବୁଲାନ୍ସ ସମ୍ମୁଖରେ ଶୋଇ ପ୍ରତିବାଦ କରିବା ସହ ପୋଲିସ ଓ ପ୍ରଶାସନ ଲୁଚାଇ କରି ମୃତଶରୀର ନେଇଯାଉଥିବା ଅଭିଯୋଗ କରିଥିଲେ।

 

ଏନେଇ ଡିସିପି ଜଗମୋହନ ମୀନା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହକୁ ରାତିରେ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମୃତଦେହ ନିଆଯାଉଥିବା ସମୟରେ କେତେକ ଛାତ୍ରଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି।

The post ରାତିଅଧରେ ମୃତ ସୌମ୍ୟାଶ୍ରୀଙ୍କୁ କେମିତି ନିଆଯାଉଥିଲା, ଦେଖନ୍ତୁ ଭାଇରାଲ ଭିଡିଓ appeared first on Dharitri Odia News.