ଆର୍‌.ଜି. କର ହସ୍ପିଟାଲରେ ପଶିଲା ଇଡି

ନୂଆଦିଲ୍ଲୀ,୨୮।୮:ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟାପକ ଆର୍ଥତ୍କ ଅନିୟମିତତା ଅଭିଯୋଗ ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଚଳାଇଥିବାବେଳେ ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଷ୍ପତ୍ତି ନେଇଛି। ସିବିଆଇ ଏତଲା ଆଧାରରେ ସଂଘୀୟ ତଦନ୍ତକାରୀ ସଂସ୍ଥା ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ର ବିଭିନ୍ନ ଧାରାରେ ଏନ୍‌ଫୋର୍ସମେଣ୍ଟ କେସ୍‌ ଇନ୍‌ଫର୍ମେଶନ […] The post ଆର୍‌.ଜି. କର ହସ୍ପିଟାଲରେ ପଶିଲା ଇଡି appeared first on Dharitri Odia News.

ଆର୍‌.ଜି. କର ହସ୍ପିଟାଲରେ ପଶିଲା ଇଡି

ନୂଆଦିଲ୍ଲୀ,୨୮।୮:ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟାପକ ଆର୍ଥତ୍କ ଅନିୟମିତତା ଅଭିଯୋଗ ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଚଳାଇଥିବାବେଳେ ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଷ୍ପତ୍ତି ନେଇଛି। ସିବିଆଇ ଏତଲା ଆଧାରରେ ସଂଘୀୟ ତଦନ୍ତକାରୀ ସଂସ୍ଥା ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ର ବିଭିନ୍ନ ଧାରାରେ ଏନ୍‌ଫୋର୍ସମେଣ୍ଟ କେସ୍‌ ଇନ୍‌ଫର୍ମେଶନ ରିପୋର୍ଟ (ଇସିଆଇଆର୍‌) ଦାଖଲ କରିଛି। ଇଡି ମେଡିକାଲ କଲେଜ ଓ ହସ୍ପିଟାଲର ବ୍ୟାଙ୍କ୍‌ କାରବାର ସମ୍ପର୍କିତ କାଗଜପତ୍ର, ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ କିଣାଯାଇଥିବା ବିଭିନ୍ନ ସାମଗ୍ରୀର ଦସ୍ତାବିଜ୍‌ ଆଦି ବିଭିନ୍ନ ସୂତ୍ରରୁ ସଂଗ୍ରହ କରିଛି। ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ୍‌ ଘୋଷଙ୍କ ସମୟରେ ଏହି ଅନିୟମିତତା ହୋଇଥିବାରୁ ଖୁବ୍‌ ଶୀଘ୍ର ତାଙ୍କ ସମେତ ଅନ୍ୟମାନଙ୍କୁ ଜେରା ଓ ବୟାନ ରେକର୍ଡ ପାଇଁ ଇଡି ଡାକିପାରେ। ପୂର୍ବରୁ ସିବିଆଇ ଆର୍ଥତ୍କ ଅନିୟମିତତା ମାମଲାରେ ସନ୍ଦୀପ୍‌ଙ୍କ ସମେତ କୋଲକାତାର ୩ଟି ଘରୋଇ ଯୋଗାଣକାରୀ ସଂସ୍ଥା ନାମରେ ମାମଲା ରୁଜୁ କରିଛି। ଗତ ରବିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଅଧିକାରୀମାନେ ସନ୍ଦୀପ୍‌ଙ୍କ ସମେତ ମେଡିକାଲର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ବଶିଷ୍ଠ ଓ ଅନ୍ୟ ୧୩ ଜଣଙ୍କ ଘରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଆର୍ଥତ୍କ ଅନିୟମିତତା ସମ୍ପର୍କିତ ଅନେକ ଦସ୍ତାବିଜ୍‌ ଜବତ ହୋଇଥିବା ସିବିଆଇର ଜଣେ ଅଧିକାରୀ କହିଛନ୍ତି।

The post ଆର୍‌.ଜି. କର ହସ୍ପିଟାଲରେ ପଶିଲା ଇଡି appeared first on Dharitri Odia News.