ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ,ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ସେ ଲୀଳାମୟ । ଭାବର ଠାକୁର । ରାତି ପାହିଲେ ପବିତ୍ର ସୁନାବେଶ ବେଶ। ରଥ ଉପରେ ଶ୍ରୀଜୀଉ ମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ […] The post ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ,ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ appeared first on KNews Odisha.

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ,ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ
SUNABESA

ପୁରୀ: ସେ ଲୀଳାମୟ । ଭାବର ଠାକୁର । ରାତି ପାହିଲେ ପବିତ୍ର ସୁନାବେଶ ବେଶ। ରଥ ଉପରେ ଶ୍ରୀଜୀଉ ମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନାବେଶ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ମାର୍କେଟ ଛକ ଠାରେ ହୋଇଥିବା ଏକପାଖିଆ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ସୁନାବେଶ ଦର୍ଶନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ରଥ କଡରେ ପ୍ରସ୍ଥାନ କରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ଓ ଟ୍ରାଫିକ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି.।

ଆସନ୍ତାକାଲି ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ। ମହାପ୍ରଭୁଙ୍କ ସୁନାବେଶ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗ ଓ ବିଶେଷ କରି ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଭକ୍ତ ମାନେ ତିନି ରଥରେ ଯେଭଳି ମହାପ୍ରଭୁଙ୍କର ସୁନାବେଶ ଭଲଭାବେ ଦର୍ଶନ କରିପାରିବେ ଏବଂ ଠାକୁରଙ୍କ ସମ୍ମୁଖରେ କେହି ସେବାୟତ ଛିଡା ହୋଇ ରହିବେ ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇଛି।

ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ଯରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ଯତମ ହୋଇଥିବାରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଆଜି ରାତିରୁ ଟ୍ରାଫିକ ଆଡଭାଇଜାରୀ ମଧ୍ୟ ଜାରି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଭକ୍ତ ଶ୍ରଦ୍ଧାଳୁମାନେ ଏକ ପାଖିଆ ରାସ୍ତାରେ ନନ୍ଦିଘୋଷ ରଥ ପାର୍ଶ୍ଵ ଦେଇ କ୍ରମାନ୍ୱୟରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶନ କରି ତାଳଧ୍ଵଜ ରଥ ପାର୍ଶ୍ଵ ଦେଇ ଫେରିବେ। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସୁପରିଚାଳନା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ା ଯିବ ନାହିଁ। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବେଶି ଭିଡ ଥିଲେ ଭିଆଇପି ଓ ଭିଭିଆଇପି ଭକ୍ତ ମାନେ ଚାଲିକି ଆସିବା ପାଇଁ ନିବେଦନ କରାଯିବ। ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର‌ ମଧ୍ୟ ବ୍ୟବସ୍ଥା ହେବ।‌ ଜନଗହଳି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛି ପୁରୀ ପୋଲିସ। ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ।‌ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ।ଯେଉଁ ଭକ୍ତ ମାନେ ପ୍ରବଳ ଭିଡ ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ଦର୍ଶନ ସମୟରେ ମୋବାଇଲ୍ ବ୍ୟବହାର ନକରନ୍ତୁ ବୋଲି ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି କୁନି କୁନି ଛୁଆ ଏବଂ ବୟସ୍କ ବ୍ୟକ୍ତି ବା ବିଶେଷ ମାନେ ଅତ୍ୟଧିକ ଭିଡ ଭିତରକୁ ନ ଆସିବା ପାଇଁ  ପୁରୀ ଏସପି ନିବେଦନ କରିଛନ୍ତି ।

The post ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ,ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ appeared first on KNews Odisha.