କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦର ସଭାପତି ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ଏଠାରେ ଏକ ବୃହତ୍ ପାର୍କ ସହିତ ପ୍ରାତଃ […] The post କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି appeared first on Odisha.News.
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦର ସଭାପତି ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ଏଠାରେ ଏକ ବୃହତ୍ ପାର୍କ ସହିତ ପ୍ରାତଃ ଭ୍ରମଣ ବ୍ୟବସ୍ଥା, ନଦୀରେ ଚେକଡ୍ୟାମ ନିର୍ମାଣ କରାଯାଇ ବୋଟିଂ ବ୍ୟବସ୍ଥା, ରୋପ ୱେ ନିର୍ମାଣ ଓ ଯୋଗ କରିବାକୁ ବ୍ୟବସ୍ଥା କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ , ଝରଣା, ଜଳପ୍ରପାତ ,ପାହାଡ ପର୍ବତ ଓ ଜୀବଜନ୍ତୁ ସବୁ ଉପଲବ୍ଧ। ପର୍ଯ୍ୟଟକ ମାନେ ଜିଲ୍ଲାକୁ ଆସିଲେ ଭଲ ଫୁଲ ବଗିଚାଟିଏ ଖୋଜୁଛନ୍ତି। ଏଣୁ ବୃହତ୍ ଗୋଲାପ ଫୁଲ ବଗିଚା ଟିଏ ମଧ୍ୟ ପ୍ରସ୍ତୁତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।ଏହି ପ୍ରତିନିଧି ଦଳରେ ପରିଷଦର ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ ,କନ୍ଧମାଳ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକ,ସହ ସମ୍ପାଦକ ଭଗୀରମ୍ ଦିଗାଲ, ନରସିଂହ ବେହେରା,ଦିଲ୍ଲୀପ କୁମାର ସାହୁ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଭେଟି ଥିଲେ ।
The post କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି appeared first on Odisha.News.