୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦ୍ରୁତଗାମୀ ଟ୍ରଲର ଧକ୍କାରେ ବାଇକ ଆରୋହି ମୃତ
ଝାରସୁଗୁଡା ୧/୧୧ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବଏଗାଡେରା ଗାଁ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ମୃତକ ଜଣକ ଛତିଶଗଡ଼ ସାରଙ୍ଗଗଡ଼ ଜିଲ୍ଲା ସଦର ମହକୁମା ଚୌହାନ ପଡ଼ାର ଭାରତ ଚୌହାନ (୩୪) ଏବଂ […] The post ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦ୍ରୁତଗାମୀ ଟ୍ରଲର ଧକ୍କାରେ ବାଇକ ଆରୋହି ମୃତ appeared first on Odisha.News.

ଝାରସୁଗୁଡା ୧/୧୧ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବଏଗାଡେରା ଗାଁ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ମୃତକ ଜଣକ ଛତିଶଗଡ଼ ସାରଙ୍ଗଗଡ଼ ଜିଲ୍ଲା ସଦର ମହକୁମା ଚୌହାନ ପଡ଼ାର ଭାରତ ଚୌହାନ (୩୪) ଏବଂ ରକ୍ଷା ପାଇ ଯାଇଥିବା ବାଇକ ଚାଳକ ଜଣକ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଝୁଟମିଲ ଥାନା ଓରାମ ପଡାର ଦଶରଥ ଓରାମ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣି ପାରିଛି । ଖବର ପାଇ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠା ଯାଇଛି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରଲର ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଛନ୍ତି ।
ପୁଲିସର ସୂଚନା ଅନୁଯାୟୀ ଦଶରଥ ଓ ଭାରତ ନିଜ ସମ୍ପର୍କିୟ ଘର ଛତିଶଗଡ଼ ମହାପାଲିରୁ ସିଜି-୧୩-ଏଡବ୍ଲୁ-୬୫୧୯ ବାଇକ ଯୋଗେ କନକତୋରା ପଟେ ଯାଉଥିବା ବେଳେ ସକାଳ ପ୍ରାୟ ୮ ଟା ସମୟରେ ଏନଏଚ-୪୯ ରେଙ୍ଗାଲି ଥାନା ବଏଗାଡେରା ଗାଁ ନିକଟରେ ତାଙ୍କ ପଛପଟେ ଦ୍ରୁତଗତିରେ ଆସୁଥିବା ଜେଏଚ-୦୩-ଏଜେ-୦୦୨୯ ନମ୍ବର ବିଶିଷ୍ଟ ଏକ ଟ୍ରଲର ଗାଡ଼ି ତାଙ୍କୁ ଧକ୍କା ମାରିଥିଲା । ଫଳରେ ବାଇକ ପଛରେ ବସିଥିବା ଭାରତ ଛିଟିକି ତଳେ ପଡି ଯିବାରୁ ତାଙ୍କ ଦୁଇ ଗୋଡ଼ ଉପରେ ଟ୍ରଲର ଚକ ଚଢ଼ି ଯାଇଥିଲା । ଫଳରେ ଭାରତ ଙ୍କ ଦୁଇଗୋଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ବହୁତ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପ୍ରକାଶ ଥାଉକି ୪୯ ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଭାରିଯାନ ଗୁଡ଼ିକ ର ଡ୍ରାଇଭର ମାନଙ୍କ ବେପରୁଆ ଦ୍ରୁତଗତି ରେ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ମାନ ଘଟି ଅନେକ ନିରୀହ ଲୋକଙ୍କ ଜୀବନ ହାନି ଘଟୁଛି । ଏ ଦିଗରେ ରୋକ ଲଗାଇବା ପାଇଁ ବାରମ୍ବାର ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରା ଯାଉନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏଥିପ୍ରତି ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।
The post ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦ୍ରୁତଗାମୀ ଟ୍ରଲର ଧକ୍କାରେ ବାଇକ ଆରୋହି ମୃତ appeared first on Odisha.News.