ନିଷ୍ଟ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ ଏ ଆଇ କର୍ମଶାଳା ଉଦଯାପିତ ।

ଗୋପାଳପୁର,୨୪/୦୨ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ତରଫରୁ ଗତ ଏକ ସପ୍ତାହ ଧରି ଚାଲିଥିବା ଜେନେରେଟିଭ ଏ ଆଇ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ କୁଳପତି ଡ଼. ପି ରାଜେଶ କୁମାର ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେନେରେଟିଭ ଏଆ ଈ ପିଓନୀର ସିଇଓ ଉମ ଦେଷୁ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଭାରତରେ ସବୁଠାରୁ ଦ୍ରୁତ ଗତିରେ ପ୍ରସାରିତ ହେଉଥିବା ଶବ୍ଦ। ୨୦୩୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାକୁ ଜେନେରେଟିଭ ଏଆଈ ଡଲାରରୁ […] The post ନିଷ୍ଟ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ ଏ ଆଇ କର୍ମଶାଳା ଉଦଯାପିତ । appeared first on Odisha.News.

ନିଷ୍ଟ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ ଏ ଆଇ   କର୍ମଶାଳା ଉଦଯାପିତ ।

ଗୋପାଳପୁର,୨୪/୦୨
ନିଷ୍ଟ୍ ବିଶ୍ୱବିଦ୍ୟାଳୟ ତରଫରୁ ଗତ ଏକ ସପ୍ତାହ ଧରି ଚାଲିଥିବା ଜେନେରେଟିଭ ଏ ଆଇ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି।
ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ କୁଳପତି ଡ଼. ପି ରାଜେଶ କୁମାର ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେନେରେଟିଭ ଏଆ ଈ ପିଓନୀର ସିଇଓ ଉମ ଦେଷୁ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଭାରତରେ ସବୁଠାରୁ ଦ୍ରୁତ ଗତିରେ ପ୍ରସାରିତ ହେଉଥିବା ଶବ୍ଦ। ୨୦୩୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାକୁ ଜେନେରେଟିଭ ଏଆଈ ଡଲାରରୁ ୧.୫ ଟିଆର ଆମେରିକୀୟ ଡଲାର ଲାଭ ହେବ ବୋଲି ଆଇଟି ପରାମର୍ଶଦାତା ମାନେ ଆକଳନ କରିଛନ୍ତି। ସତ୍ୟ ନାଡେଲା କହିଛନ୍ତି ଯେ ୨୦୩୦ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଜିଡିପିରୁ ଭାରତୀୟ ଅର୍ଥବ୍ୟବସ୍ଥାରେ ଜେନେରେଟିଭ ଏଆଈ ବିଲିୟନ ଡଲାର ଯୋଗଦାନ କରିବ। ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୮ % ଯୋଗଦାନ ଦ୍ୱାରା ଓଡିଶା ୨୦୩୦ ସୁଦ୍ଧା ଜେନେରେଟିଭ ଏଆଈ ଦ୍ୱାରା ପ୍ରାୟ ୧୪ ବିଲିୟନ ଡଲାର ଲାଭ ହାସଲ କରିପାରିବ।
ଶିଳ୍ପ କ୍ଷେତ୍ରରେ ଜେନେରେଟିଭ ଏଆଈ ଇଞ୍ଜିନିୟର୍ସର ବ୍ୟାପକ ଅଭାବ ରହିଛି। ତେଣୁ ଶିଳ୍ପ ସଂସ୍ଥାମାନେ ଜେନେରେଟିଭ ଏଆଈ ରେ ୫୦ ଲକ୍ଷ ପ୍ରଫେସନାଲଙ୍କ ସମ୍ପୂର୍ଣ୍ଣ ଆଇଟି ଫୋର୍ସକୁ ପୁନଃପ୍ରଶିକ୍ଷଣ ଓ ପୁନଃଦକ୍ଷତା ପ୍ରଦାନ କରୁଛନ୍ତି। ଟିସିଏସ୍ ଏହାର ସମସ୍ତ ୫00000 କର୍ମଚାରୀଙ୍କୁ ଜେନେରେଟିଭ ଏଆଈରେ ପୁନଃପ୍ରଶିକ୍ଷଣ କରୁଛି। wipro ପୁନଃପ୍ରଶିକ୍ଷଣ ରେ ୨00000 କର୍ମଚାରୀଙ୍କୁ ତାଲିମ ଦେଇଛି। Accenture କୁ ଗତ ତ୍ରୈମାସରେ ଜେନେରେଟିଭ ଏଆଈ ଏକାକୀରୁ ୪୫୦ ନିୟୁତ ଆମେରିକୀୟ ଡଲାର ରାଜସ୍ୱ ମିଳିଛି ବୋଲି ଅତିଥି ମାନେ ମତପୋଷଣ କରିଥିଲେ।

The post ନିଷ୍ଟ ବିଶ୍ୱବିଦ୍ୟାଳୟରେ ଜେନେରେଟିଭ ଏ ଆଇ କର୍ମଶାଳା ଉଦଯାପିତ । appeared first on Odisha.News.