ଇପିଏଫ୍ଓର ଅଧିକ ପେନ୍ସନ୍ ଯୋଜନା, ବେତନ ବିବରଣୀ ଅପ୍ଲୋଡ୍ ସମୟସୀମା ମେ’ ଯାଏ ବଢ଼ିଲା
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ କର୍ମଚାରୀ ପେନ୍ସନ୍ ଯୋଜନା (ଇପିଏସ୍) ଅଧୀନରେ ଅବସର ସମୟରେ ଇପିଏଫ୍ଓରୁ ଅଧିକ ପେନ୍ସନ୍ ପାଇବା ନିମନ୍ତେ ଏକ ସ୍ବତନ୍ତ୍ର ସ୍କିମ୍ ଆରମ୍ଭ କରାଯାଇଥିଲା। ଏହି ସ୍କିମ୍ରେ କର୍ମଚାରୀଙ୍କ ତାଙ୍କର ବେତନ ବିବରଣୀ ଅପଲୋଡ୍ କରିବାର ଶେଷ ସମୟସୀମା ଡିସେମ୍ବର ୩୧ ରହିଥିଲା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବୁଧବାର ଏହି ସମୟସୀମାକୁ ବର୍ତ୍ତମାନ ୫ ମାସକୁ ବୃଦ୍ଧି କରିଛି। ସମୟସୀମା ବୃଦ୍ଧି ପରେ ଏହି ଯୋଜନା […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ କର୍ମଚାରୀ ପେନ୍ସନ୍ ଯୋଜନା (ଇପିଏସ୍) ଅଧୀନରେ ଅବସର ସମୟରେ ଇପିଏଫ୍ଓରୁ ଅଧିକ ପେନ୍ସନ୍ ପାଇବା ନିମନ୍ତେ ଏକ ସ୍ବତନ୍ତ୍ର ସ୍କିମ୍ ଆରମ୍ଭ କରାଯାଇଥିଲା। ଏହି ସ୍କିମ୍ରେ କର୍ମଚାରୀଙ୍କ ତାଙ୍କର ବେତନ ବିବରଣୀ ଅପଲୋଡ୍ କରିବାର ଶେଷ ସମୟସୀମା ଡିସେମ୍ବର ୩୧ ରହିଥିଲା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବୁଧବାର ଏହି ସମୟସୀମାକୁ ବର୍ତ୍ତମାନ ୫ ମାସକୁ ବୃଦ୍ଧି କରିଛି। ସମୟସୀମା ବୃଦ୍ଧି ପରେ ଏହି ଯୋଜନା ପାଇଁ ଆବେଦନ କରୁଥିବା କର୍ମଚାରୀଙ୍କ ବେତନ ବିବରଣୀ ଅନ୍ଲାଇନରେ ଅପଲୋଡ୍ କରିବାକୁ ନିଯୁକ୍ତିଦାତାଙ୍କୁ ଆସନ୍ତା ମେ’ ପର୍ଯ୍ୟନ୍ତ ସମୟ ମିଳିବ।
୨୦୨୨ ନଭେମ୍ବର ୪ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ, ଅଧିକ ପେନ୍ସନ୍ର ଏହି ଯୋଜନା ୨୦୨୩ େଫବୃଆରୀ ୨୬ରେ ଆରମ୍ଭ କରାଯାଇଥିଲା, ଯାହାର ସମୟସୀମା ପୂର୍ବରୁ ମେ’ ମାସ ୩ ତାରିଖ ଯାଏ ରହିଥିଲା। ତଥାପି ପେନ୍ସନ୍ଭୋଗୀ ଏବଂ ସଦସ୍ୟଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହାର ସମୟସୀମାକୁ ଜୁନ୍ ୨୬ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ଏହାପରେ ମଧ୍ୟ ଏହି ସମୟସୀମାକୁ ଆହୁରି ୧୫ ଦିନ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଇପିଏଫ୍ଓ ପେନସନଭୋଗୀ ଏବଂ ସଦସ୍ୟଙ୍କଠାରୁ ଅଧିକ ପେନ୍ସନ୍ ପାଇଁ ମୋଟ ୧୭.୫୯ ଲକ୍ଷ ଆବେଦନ ଗ୍ରହଣ କରିଛି।
ଏଠାରେ ସୂଚନରାଯୋଗ୍ୟ ଯେ, ନିଯୁକ୍ତିଦାତା ଏବଂ ନିଯୁକ୍ତିଦାତା ସଂଘ ତରଫରୁ, ପେନ୍ସନ୍ଭୋଗୀ ଏବଂ ସଦସ୍ୟଙ୍କ ବେତନ ବିବରଣୀ ଅପଲୋଡ୍ କରିବାକୁ ସେମାନଙ୍କୁ ଅତିରିକ୍ତ ସମୟ ଦେବାକୁ ଇପିଏଫ୍ଓକୁ ଅନୁରୋଧ କରାଯାଇଥିଲା। ତେଣୁ, ଏହାକୁ ପ୍ରଥମେ ସେପ୍ଟେମ୍ବର ୩୦ ଏବଂ ପରେ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଥିଲା। ସୂଚନା ମୁତାବକ ଏବେ ବି ନିଯୁକ୍ତିଦାତାମାନଙ୍କ ନିକଟରେ ଅଧିକ ପେନ୍ସନ୍ର ପ୍ରୋସେସିଂ ପାଇଁ ପ୍ରାୟ ୩.୬ ଲକ୍ଷରୁ ଅଧିକ ଆବେଦନ ପଡିରହିଛି। ଏହାକୁ ଦୃଷ୍ଟିରେ ରଖି, ବେତନ ବିବରଣୀ ଅନ୍ଲାଇନରେ ଅପଲୋଡ୍ କରିବାକୁ ଏପିଏଫ୍ଓ ମେ’ ୩୧ ପର୍ଯ୍ୟନ୍ତ ଅତିରିକ୍ତ ସମୟ ଦେଇଛି।