ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଓଡ଼ିଶାରୁ ଦିନକ ପୂର୍ବରୁ ଅର୍ଥାତ ୧୩ ତାରିଖରୁ ଆରମ୍ଭ ହୋଇଥିଲା ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଆଜି ଏହା ସଂପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ଜୁନ ୨୦ ତାରିଖରେ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଥିଲା ମୌସୁମୀ ବାୟୁ । ୨୨ରେ ସଂପୂର୍ଣ୍ଣ ହୋଇଥିଲା ଏହି ପ୍ରକ୍ରିୟା । ଚଳିତ ବର୍ଷ ଦେଶରେ ମୌସୁମୀ […] The post ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ appeared first on KNews Odisha.

ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଓଡ଼ିଶାରୁ ଦିନକ ପୂର୍ବରୁ ଅର୍ଥାତ ୧୩ ତାରିଖରୁ ଆରମ୍ଭ ହୋଇଥିଲା ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଆଜି ଏହା ସଂପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ଜୁନ ୨୦ ତାରିଖରେ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଥିଲା ମୌସୁମୀ ବାୟୁ । ୨୨ରେ ସଂପୂର୍ଣ୍ଣ ହୋଇଥିଲା ଏହି ପ୍ରକ୍ରିୟା । ଚଳିତ ବର୍ଷ ଦେଶରେ ମୌସୁମୀ ଋତୁରେ ସ୍ବାଭାବିକ ଠାରୁ ଅଧିକ ବୃଷ୍ଟିପାତ ହୋଇଛି। ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ। ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରିଛି ।
ଅନ୍ୟପଟେ ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ସପ୍ତାହେ ହେବ ଓଡିଶାରେ ବଡ ବର୍ଷା ନଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
The post ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ appeared first on KNews Odisha.