ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମର ଚିକତ୍ସାଧୀନ ରୋଗୀ ଫୁଲମତି ମାଝୀ (୫୦) ରହିଥିଲେ। ମଙ୍ଗଳବାର ବିଜେଡି ପୂର୍ବତନ ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସହ ଏକ ପ୍ରତିନିଧି ଦଳ ସୁପାଡ଼ ଗ୍ରାମରେ ପହଞ୍ଚି ମୃତା ମହିଳାଙ୍କ ପୁଅ […] The post ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା appeared first on Dharitri Odia News.

ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମର ଚିକତ୍ସାଧୀନ ରୋଗୀ ଫୁଲମତି ମାଝୀ (୫୦) ରହିଥିଲେ। ମଙ୍ଗଳବାର ବିଜେଡି ପୂର୍ବତନ ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସହ ଏକ ପ୍ରତିନିଧି ଦଳ ସୁପାଡ଼ ଗ୍ରାମରେ ପହଞ୍ଚି ମୃତା ମହିଳାଙ୍କ ପୁଅ ଡମ୍ବରୁଧର ମାଝୀ ଓ ରତ୍ନା ମାଝୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର କାହିଁକି ପୀଡିତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରୁନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପ୍ରତିନିଧି ଦଳରେ ପୂର୍ବତନ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ପଞ୍ଚକ ପୋଢ଼, ରାଜେନ୍ଦ୍ର ନାଏକ, ରବି ନାରାୟଣ ଦାସ, ପଙ୍କଜମୁଖ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା appeared first on Dharitri Odia News.