‘ପୁଷ୍ପା ୨: ଦି ରୁଲ୍‌’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍‌

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରେ ଫିଲ୍ମର ଦ୍ୱିତୀୟ ଗୀତ ‘ଅଙ୍ଗାରୋ’ ବୁଧବାର ରିଲିଜ୍‌ ହୋଇଛି। ଏହି ଗୀତରେ ଉଭୟ ରଶ୍ମିକା ଏବଂ ଅଲ୍ଲୁଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ଦେଖିବାକୁ ମିଳିଛି। ରିଲିଜ୍‌ ହେବା ପରେ ଦର୍ଶକଙ୍କ ଗହଣରେ ଏହି […] The post ‘ପୁଷ୍ପା ୨: ଦି ରୁଲ୍‌’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍‌ appeared first on Dharitri Odia News.

‘ପୁଷ୍ପା ୨: ଦି ରୁଲ୍‌’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍‌

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରେ ଫିଲ୍ମର ଦ୍ୱିତୀୟ ଗୀତ ‘ଅଙ୍ଗାରୋ’ ବୁଧବାର ରିଲିଜ୍‌ ହୋଇଛି। ଏହି ଗୀତରେ ଉଭୟ ରଶ୍ମିକା ଏବଂ ଅଲ୍ଲୁଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ଦେଖିବାକୁ ମିଳିଛି।

ରିଲିଜ୍‌ ହେବା ପରେ ଦର୍ଶକଙ୍କ ଗହଣରେ ଏହି ଗୀତ ବେଶ୍‌ ଲୋକପ୍ରିୟ ହୋଇଛି। ଦର୍ଶକମାନେ ଏହି ଗୀତରୁ ‘ପୁଷ୍ପା ୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରକୃତ ସେଟ୍‌ର ପ୍ରକୃତ ଝଲକ ମଧ୍ୟ ପାଇପାରିଛନ୍ତି, ଯାହା ସେମାନଙ୍କ ପାଇଁ ଏକ ନୂତନ ଏବଂ ମଜାଦାର ଅନୁଭୂତି ଆଣିଦେଇଛି।

୨: ଦି ରୁଲ୍‌’ର ଦ୍ୱିତୀୟ ଗୀତ ‘ଅଙ୍ଗାରୋ’ ତେଲୁଗୁ, ହିନ୍ଦୀ, ତାମିଲ୍‌, କନ୍ନଡ, ମାଲୟାଲମ୍‌ ଏବଂ ବଙ୍ଗଳା ଆଦି ୬ଟି ଭାଷାରେ ମୁକ୍ତିଲାଭ କରିଛି। ବିଶିଷ୍ଟ ଗାୟିକା ଶ୍ରେୟା ଘୋଷାଲ ଏହି ଗୀତର କଣ୍ଠଦାନ କରି ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି। ପୂର୍ବରୁ ‘ପୁଷ୍ପା ୨: ଦି ରୁଲ୍‌’ର ଟିଜର ଏବଂ ପ୍ରଥମ ଗୀତ ‘ପୁଷ୍ପା ପୁଷ୍ପା’ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି କରିଥିଲା।

The post ‘ପୁଷ୍ପା ୨: ଦି ରୁଲ୍‌’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍‌ appeared first on Dharitri Odia News.